Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଏସିଆ କପ୍‌ କୀଡ଼ାସୂଚୀ: ସେପ୍ଟମ୍ବର ୨ରେ ଭାରତ-ପାକିସ୍ତାନ ମ୍ୟାଚ୍

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଏସିଆ କପ୍‌ ପାଇଁ ଖେଳ ସୂଚୀ। ଅଗଷ୍ଟ ୩୦ରୁ ଆରମ୍ଭ ହେବ ଏସିଆ କପ୍। ବିଶ୍ବ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ସେପ୍ଟମ୍ବର ୨ରେ ମୁହାଁମୁହିଁ ହେବେ। ଶ୍ରୀଲଙ୍କାର କେଣ୍ଡିରେ ଖେଳାଯିବ। ପ୍ରକାଶ ପାଇଥିବା କୀଡ଼ାସୂଚୀ ଅନୂସାରେ ଏଥର ଆୟୋଜକ ପାକିସ୍ଥାନ ୩୦ ଅଗଷ୍ଟରେ ଏସିଆ କପର ପ୍ରଥମ ମ୍ୟାଚରେ ନେପାଳକୁ ଭେଟିବ। ସେହିପରି ସେପ୍ଟମ୍ବର ୧୭ ତାରିଖରେ ଏସିଆ କପ୍‌ ଫାଇନାଲ ମୁକାବିଲା ଖେଳାଯିବ ।

ସୂଚନାଥାଉକି, ଦିନିକିଆ ଏସିଆ କପ କ୍ରିକେଟରେ ୬ଟି ଟିମ ଅଂଶଗ୍ରହଣ କରିବେ। ନେପାଳ ଓ ପାକିସ୍ତାନ ସହ ଭାରତ ଗ୍ରୁପ ଏରେ ସ୍ଥାନ ପାଇଛି। ଗ୍ରୁପ ବିରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ରହିଛନ୍ତି। ଏସିଆ କପରେ ଭାରତ-ପାକିସ୍ତାନ ମଧ୍ୟରେ ୩ଥର ମୁକାବିଲା ହୋଇପାରେ। ଉଭୟ ଟିମ ସୁପର ୪ ଷ୍ଟେଜକୁ ଉନ୍ନୀତ ହେଲେ ୧୦ ସେପ୍ଟମ୍ବରେ ପରସ୍ପରକୁ ଭେଟିବେ । ସେହିପରି ଏହି ଦୁଇ ଟିମ ଫାଇନାଲରେ ଭେଟିବା ସମ୍ଭାବନା ମଧ୍ୟ ରହିଛି। ଟୁର୍ଣ୍ଣାମେର୍ଟର ୪ଟି ମ୍ୟାଚ ପାକିସ୍ତାନରେ ୯ଟି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବ।

ଭାରତ ତାର ଅଭିଯାନ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ। ପରେ ସେପ୍ଟେମ୍ବର ୪ ତାରିଖରେ ନେପାଳକୁ ଭେଟିବ ଟିମ୍‌ ଇଣ୍ଡିଆ। ଏହାପରେ ସେପ୍ଟମ୍ବର ୬ ତାରିଖରୁ ସୁପର ୪ ମୁକାବିଲା ଖେଳାଯିବ। ଯଦି ଟିମ୍‌ ଇଣ୍ଡିଆରେ ସୁପର-୪ରେ ପ୍ରବେଶ କରେ ୩ଟି ଦଳକୁ ଭେଟିବ। ଏହାପରେ ଟପ୍‌ ୨ଟି ଟିମ୍‌ ମଧ୍ୟରେ ସେପ୍ଟମ୍ବର ୧୭ରେ ଫାଇନାଲ ମୁକାବିଲା ଖେଳାଯିବ ବୋଲି ସୂଚନା ରହିଛି।