Odisha Link
Bridging the Missing Links in Odisha

ଭିଜୁଛି ଓଡ଼ିଶା, ବଢୁଛି ହୀରାକୁଦ ଜଳସ୍ତର

ରାଜ୍ୟରେ ପ୍ରବଳ ବର୍ଷା ପରେ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଛି।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପୁଣି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଆସନ୍ତା ୨୪ ଘଣ୍ଟା ଭିତରେ ଘୂର୍ଣ୍ଣିବଳୟ ନେବ ଲଘୁଚାପ ରୂପ। କାଲିଠୁ ୨୨ ତାରିଖ ପର୍ଯ୍ୟନ୍ତ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ଦକ୍ଷିଣ ଓଡ଼ିଶାରେ ଭୀଷଣ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ରାଜ୍ୟରେ ପ୍ରବଳ ବର୍ଷା ପରେ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଛି।

ହୀରାକୁଦ ଡ୍ୟାମକୁ ୧,୩୭,୯୫୨ ଘନଫୁଟ ଜଳ ପ୍ରବେଶ କରୁଛି। ଡ୍ୟାମ ମଧ୍ୟରୁ ସେକେଣ୍ଡକୁ ୩୯,୨୮୫ ଘନଫୁଟ ଜଳ ନିଷ୍କାସିତ ହେଉଛି। ବର୍ତମାନ ହୀରାକୁଦ ଜଳସ୍ତର ୬୦୯ ଫୁଟ ଛୁଇଁଛି। ତେବେ ଏହି ଜଳସ୍ତର ବଢ଼ୁଥିଲେ ମଧ୍ୟ କୌଣସି ଗେଟ ଖୋଲିବା ସମ୍ଭାବନା ବର୍ତମାନ ସୁଦ୍ଧା ନାହିଁ ବୋଲି ହୀରାକୁଦ ଜଳଭଣ୍ଡାରର ଯନ୍ତ୍ରୀ କହିଛନ୍ତି।