Odisha Link
Bridging the Missing Links in Odisha

ମାଲକାନଗିରିର ଅନେକ ଅଞ୍ଚଳ ଜଳମଗ୍ନ, ବଢ଼ିଲା ବିଭିନ୍ନ ନଦୀର ଜଳସ୍ତର

ଓଏଲ୍‌ ବ୍ୟୁରୋ: ମାଲକାନଗିରିରେ ପ୍ରବଳ ବର୍ଷା ପରେ ବିଭିନ୍ନ ନଦୀର ଜଳସ୍ତର ବଢିଛି। ନଦୀ ଭ୍ରମ ସୃଷ୍ଟି କରୁଛି ଜାତୀୟ ରାଜପଥ। କାଙ୍ଗୋରୁକୋଣ୍ଡା ପୋଲ ଉପରେ ୧୦ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। କୋରକୋଣ୍ଡା ତର୍ଲାକୋଟା ପୋଲ ଉପରେ ଜଳ ପ୍ରବାହିତ ହେବା ଫଳରେ ବାଲିମେଳା ସହ ଅନ୍ୟ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହେଉଛି।

ଅନେକ ଅଞ୍ଚଳ ଜଳମଗ୍ନ ଥିବାବେଳେ ଏନେଇ ସତର୍କ ରହିବାକୁ ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୋରକୋଣ୍ଡା ତର୍ଲାକୋଟା ପୋଲ ଉପରେ ଜଳ ପ୍ରବାହିତ ହେବା ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଯାଇଛି।

ଅନ୍ୟପଟେ, ରାଜ୍ୟରେ ପୁଣି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଆସନ୍ତା ୨୪ ଘଣ୍ଟା ଭିତରେ ଘୂର୍ଣ୍ଣିବଳୟ ନେବ ଲଘୁଚାପ ରୂପ। କାଲିଠୁ ୨୨ ତାରିଖ ପର୍ଯ୍ୟନ୍ତ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ଦକ୍ଷିଣ ଓଡ଼ିଶାରେ ଭୀଷଣ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.