Odisha Link
Bridging the Missing Links in Odisha

ଏଲନ ମସ୍କଙ୍କ ବଡ଼ ଘୋଷଣା: ବଦଳିଲା ଟ୍ୱିଟରର ପରିଚୟ, ‘ଏକ୍ସ ଡଟ୍ କମ୍’ରେ ମିଳିବ ସବୁ ସୁବିଧା

ଓଏଲ୍‌ ବ୍ୟୁରୋ: ଖୁବ ଜଣାଶୁଣା ଟ୍ବିଟରର ପୂର୍ବତନ ସିଇଓ ଏଲନ ମସ୍କ ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବିଶ୍ୱର ଲୋକପ୍ରିୟ ସୋସିଆଲ ମିଡିଆ ଟୁଇଟର ଟୁଇଟର ମାଲିକ ଏଲନ ମସ୍କ ଟୁଇଟରକୁ ରିବ୍ରାଣ୍ଡିଂ କରିବାକୁ ବିଚାର କରୁଛନ୍ତି। ଟୁଇଟରକୁ ସେ ସୁପର ଆପ ଭାବେ ବିକାସ କରିବାକୁ ଚାହୁଁଛନ୍ତି। ସୁପର ଆପରେ ସୋସିଆଲ ମିଡିଆ ସହିତ ଟାକ୍ସି ବୁକିଂ, ସପିଙ୍ଗ, ଅନଲାଇନ ପେମେଣ୍ଟ ଆଦି ବହୁ କାର୍ଯ୍ୟ ହୋଇପାରିବ। ତେବେ ଏହାକୁ ନେଇ ଆଜି ନୂଆ ଲୋଗୋ ଜାରି ହେବ।

ଖବର ଅନୁସାରେ, ଟ୍ବିଟରର ପୂର୍ବତନ ସିଇଓ ଏଲନ ମସ୍କ ଟୁଇଟର ଡଟ କମକୁ ବଦଳାଇ ଏକ୍ସ ଡଟ୍ କମ କରିଦେଇଛନ୍ତି। ଏକ୍ସ ଡଟ କମ ଖୋଲିଲେ ସିଧା ସଳଖ ଟୁଇଟର ଖୋଲୁଛି। ଦୀର୍ଘଦିନରୁ କମ୍ପାନୀର ପରିଚୟ ଥିବା ନୀଳ ଚଢେଇକୁ ହଟାଇ ନୂଆ ଲୋଗୋ ଆଣିବାକୁ ଯାଉଛନ୍ତି ଏଲନ ମସ୍କ। ଟୁଇଟରର ନୂଆ ଲୋଗୋ କ’ଣ ହେବା ଦରକାର ତାକୁ ନେଇ ମସ୍କ ଭିଡିଓ ଜାରି କରିଛନ୍ତି। ପୂର୍ବରୁ କିଛି ଦିନ ପାଇଁ ମସ୍କ ତାଙ୍କ ଟୁଇଟର ନୀଳ ଚଢେଇ ବଦଳରେ ଏକ କୁକୁରର ଚିହ୍ନ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.