Odisha Link
Bridging the Missing Links in Odisha

ହୀରାକୁଦ ଖୋଲିଛି ୧୨ଟି ଗେଟ୍, ମୁଣ୍ଡଳୀ ବ୍ୟାରେଜରେ ପହଞ୍ଚିଲା ପ୍ରଥମ ବନ୍ୟାଜଳ

ବର୍ତ୍ତମାନ ୧୨ଟି ଗେଟ୍‌ ଦେଇ ହୀରାକୁଦରୁ ଜଳ ନିଷ୍କାସନ ହେଉଛି।

ଓଏଲ୍‌ ବ୍ୟୁରୋ: ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି। ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯାଇଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ୫ଟି ଗେଟ୍ ଖୋଲା ଯାଇଥିଲା। ତେବେ ହୀରାକୁଦର ଜଳସ୍ତର ବଢ଼ୁଥିବାରୁ ଡ୍ୟାମର ଆଉ ୩ ଗେଟ୍‌ ଖୋଲିଥିଲା। ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୪.୦୪ ଫୁଟ୍‌ ଛୁଇଁଛି। ରବିବାର ୫ଟି, ଗତକାଲି ୩ଟି ଓ ଆଜି ୪ଟି ଗେଟ୍ ହୀରାକୁଦ ଖୋଲିଲା। ବର୍ତ୍ତମାନ ୧୨ଟି ଗେଟ୍‌ ଦେଇ ହୀରାକୁଦରୁ ଜଳ ନିଷ୍କାସନ ହେଉଛି। ମୁଣ୍ଡଳୀ ବ୍ୟାରେଜରେ ହୀରାକୁଦର ପ୍ରଥମ ବନ୍ୟାଜଳ ପହଞ୍ଚିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଉପରମୁଣ୍ଡର ବର୍ଷା, ଡ୍ୟାମର ଜଳଧାରଣା କ୍ଷମତା ଏବଂ ପାଣିପାଗ ବିଭାଗର ସମ୍ଭାବ୍ୟ ଆକଳନକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ତଳିଆ ଅଂଚଳ ଲୋକଙ୍କୁ ସତର୍କ କରାଯାଇଛି। ହୀରାକୁଦକୁ ୧ ଲକ୍ଷ ୫୦ ହଜାର ୭୯୯ କ୍ୟୁସେକ ଜଳ ପ୍ରବେଶ କରୁଛି। ୧ ଲକ୍ଷ ୫୮ ହଜାର ୮୨୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି।