Odisha Link
Bridging the Missing Links in Odisha

୨୦ ବର୍ଷ ପୂର୍ବେ ଥିଲେ ୧୯୨, ଏବେ ଓଡ଼ିଶାରେ ଅଛନ୍ତି ୨୦ଟି ବାଘ

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ବିଶ୍ବ ବ୍ୟାଘ୍ର ଦିବସ। ବିଶ୍ବ ରାଷ୍ଟ୍ର ସଂଘ ଦ୍ବାରା ଘୋଷିତ ଜୁଲାଇ ମାସ ୨୯ ତାରିଖକୁ ସାରା ବିଶ୍ବରେ ବ୍ୟାଘ୍ର ଦିବସ ରୂପେ ପାଳନ କରାଯାଉଛି। ୧୯୦୦ ଖୀଷ୍ଟାବ୍ଦ ବେଳକୁ ପୃଥିବୀରେ ବ୍ୟାଘ୍ର ସଂଖ୍ୟା ୪୦୦୦୦ ଥିବା ବେଳେ, ୧୯୭୩ ବେଳକୁ ଏହାର ପ୍ରାୟ ବିଲୋପ ସାଧନ ହୋଇ ଆସିଥିଲା। ପରିସଂଖ୍ୟାନରୁ ଜଣାପଡେ ତାହା ଆଶାତୀତ ଭାବେ କମି ଭାରତରେ ତାହାର ସଂଖ୍ୟା ୨୬୮ରେ ପହଞ୍ଚିଥିଲା । ୧୯୭୩ ଏପ୍ରିଲ ୧ ତାରିଖରୁ ଭାରତ ସରକାର ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା ଆରମ୍ଭ କରିଥିଲେ ଓ ଭାରତର କେତେକ ବଛାବଛା ଜଙ୍ଗଲରେ ବ୍ୟାଘ୍ର ପ୍ରକଳ୍ପ ସୃଷ୍ଟି କରାଯାଇଥିଲା। ତେବେ ବିଶ୍ବ ବ୍ୟାଘ୍ର ଦିବସରେ ସାମ୍ନାକୁ ଆସିଛି ବଡ଼ ତଥ୍ୟ।

ଆଜି କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ କମିଛି ବାଘ ସଂଖ୍ୟା। କିନ୍ତୁ ଶିିମିଳିପାରେ ବଢ଼ିଛି ବାଘ ସଂଖ୍ୟା। ମିଳିପାଳରେ ବାଘ ସଂଖ୍ୟା ୮ରୁ ୧୬କୁ ବୃଦ୍ଧି ପାଇଛି। ୨୦୧୮ରେ ଶିମିଳିପାଳରେ ୮ଟି ବାଘ ଥିବା ବେଳେ ବର୍ତ୍ତମାନ ତାହା ୧୬କୁ ବୃଦ୍ଧି ପାଇଛି। କିନ୍ତୁ ମୋଟ ଉପରେ ଦେଖିବାକୁ ଗଲେ ଓଡ଼ିଶା ସୀମା ଭିତରେ ଆସୁଥିବା ଜଙ୍ଗଲରେ କମିଛି ବାଘ ସଂଖ୍ୟା।

୨୦୧୮ରେ ଓଡ଼ିଶାରେ ୨୮ଟି ବାଘ ଥିବା ବେଳେ ଏ ବର୍ଷ ତାହା ୨୦କୁ ଖସି ଆସିଛି। ଏହି ବାଘ ଗଣନା ୨୦୨୧-୨୨ରେ କରାଯାଇଥିଲା। ପ୍ରତି ୪ ବର୍ଷରେ ଥରେ ଦେଶରେ ବାଘ ଗଣନା କରାଯାଇଥାଏ। ଆଜି ବିଶ୍ୱ ବ୍ୟାଘ୍ର ଦିବସରେ ଏସଂପର୍କିତ ରିପୋର୍ଟ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର।

Leave A Reply

Your email address will not be published.