Odisha Link
Bridging the Missing Links in Odisha

ଆଜିଠୁ ଖୋଲିବ ରାଜଧାନୀର ଜନଗହଳି ପୂର୍ଣ୍ଣ ମାର୍କେଟ ବିଲ୍ଡିଂ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରର ଜନଗହଳି ପୂର୍ଣ୍ଣ ମାର୍କେଟ ବିଲ୍ଡିଂକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ବହୁ ବିବାଦ ପରେ ଆଜି ଖୋଲିବ ମାର୍କେଟ ବିଲ୍ଡିଂ। ବିଏମ୍‌ସି-ସେଣ୍ଟ୍ରାଲ ମାର୍କେଟ ସଂଘ ମଧ୍ୟରେ ଆପୋଷ ସମାଧାନ ହେବା ନିଶ୍ଚିତ ହୋଇଛି। ବିଏମସି ଓ ପୁଲିସ ସୁରକ୍ଷା ଯୋଗାଇଦେବାକୁ ପ୍ରତିଶ୍ରୃତି ପରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ଏହି ନିଷ୍ପତ୍ତି ନେଇଛି।

ଅନ୍ୟପଟେ, ଉଠାଦୋକାନୀକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବିଏମସି ଦପ୍ତର ପରିସରରେ ଗତକାଲି ସନ୍ଧ୍ୟାରେ ବୈଠକ ଡକାଯାଇଥିଲା। ବୈଠକ ସେଣ୍ଟ୍ରାଲ ମାର୍କେଟ ସଂଘ-ବିଏମସି ମଧ୍ୟରେ ହୋଇଥିବା ଚୁକ୍ତିପତ୍ର ପ୍ରଦାନ କରାଯାଇଥାନ୍ତା। ହେଲେ ବର୍ଷା ପାଇଁ ବୈଠକ ବାତିଲ ହୋଇଥିଲା। ତେଣୁ ଆଜି ଏହି ବୈଠକ ଅନୁଷ୍ଠିତ ହେବ। ବିଏମସି ସହ ଚୁକ୍ତିନାମା ପରେ ପୂର୍ବାହ୍ନ ୧୧ଟା ବେଳକୁ ମାର୍କେଟ ଖୋଲିବା ନେଇ ସୂଚନା ମିଳିଛି।

ସୂଚନା ଅନୁସାରେ, ଗତ କିଛିଦିନ ହେବ ଜନଗହଳି ପୂର୍ଣ୍ଣ ମାର୍କେଟ ବିଲ୍ଡିଂ ବନ୍ଦ ଥିବା ଦେଖିବାକୁ ମିଳିଛି। ସ୍ଥାୟୀ ଦୋକାନୀ ସଂଘ ପକ୍ଷରୁ ସମାଧାନର ବାଟ ବାହାର କରିବା ପାଇଁ ଆନ୍ଦୋଳନ କରାଯାଉଥିଲା। ସ୍ଥାୟୀ ଦୋକାନୀ ସଂଘ ପକ୍ଷରୁ ରାଜଧାନୀର ସମସ୍ତ ବଜାର କମିଟିର ସଦସ୍ୟଙ୍କୁ ନେଇ ବୈଠକ କରାଯାଇଥିଲା। ସେଣ୍ଟ୍ରାଲ ମାର୍କେଟ୍‌ ଆସୋସିଏସନର ଡାକରାରେ ରାଜଧାନୀର ପ୍ରମୁଖ ଆକର୍ଷଣୀୟ ବ୍ୟବସାୟିକ ବଜାର ମାର୍କେଟ ବିଲ୍ଡିଂ ୧୫ ଦିନ ହେବ ବନ୍ଦ ଥିଲା। ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଧାରଣା ଦେଇଥିଲେ।

Leave A Reply

Your email address will not be published.