Odisha Link
Bridging the Missing Links in Odisha

ଭଟ୍ଟାରିକା ଓ ସିଂହନାଥଙ୍କ ପୀଠରେ ବନ୍ୟାଜଳ, ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିିିିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ମହାନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ମନ୍ଦିର କର୍ତ୍ତୃପକ୍ଷ ଅଧିଷ୍ଠାତ୍ରୀ ଦେବୀଙ୍କୁ ଅଧିକ ଉଚ୍ଚ ସ୍ଥାନରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି।

ବୁଧବାର ସନ୍ଧ୍ୟା ସମୟରେ ମନ୍ଦିରର ଗର୍ଭଗୃହ ଓ ଗର୍ଭଗୃହରେ ବନ୍ୟାଜଳ ପ୍ରବେଶ କରୁଥିବା ଜଣାପଡ଼ିବା ପରେ ସେବାୟତ ଓ ପରିଚାଳନା କମିଟି ପକ୍ଷରୁ ତୁରନ୍ତ ପଦକ୍ଷେପ ନେଇ ଦେବତାଙ୍କୁ ରତ୍ନଗିରିସ୍ଥିତ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।

ଗୁରୁବାର ମା’ଙ୍କର ପୂଜା ବନ୍ୟା ଆଶ୍ରୟସ୍ଥଳୀରେ ହୋଇଛି। ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଭକ୍ତଙ୍କୁ ମନ୍ଦିରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ମାଆ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି।

ସୂଚନା ଅନୁସାରେ, ଭଟ୍ଟାରିକା ଓ ସିଂହନାଥଙ୍କ ପୀଠରେ ଲାଗିଲା ୧୪୪ ଧାରା ଜାରି କରାଯାଇଛି। ମନ୍ଦିର ବେଢ଼ା ସମେତ ଗର୍ଭଗୃହରେ ପାଣି ପଶିବାରୁ କଟକଣା ଲାଗୁ କରାଯାଇଛି। ସମ୍ଭାବ୍ୟ ସ୍ଥିତିକୁ ଦେଖି ବଡ଼ମ୍ବା ତହସିଲଦାର ୧୪୪ ଜାରି କରିଛନ୍ତି।

Leave A Reply

Your email address will not be published.