Odisha Link
Bridging the Missing Links in Odisha

ପାଖେଇ ଆସୁଛି ନିର୍ବାଚନ: ୩୫ ଜଣିଆ ରାଜ୍ୟ ପଦାଧିକାରୀ ତାଲିକା ଜାରି କଲା ବିଜେପି

ଓଏଲ୍‌ ବ୍ୟୁରୋ: ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନଜରରେ ରଖି ଭାରତୀୟ ଜନତା ପାର୍ଟି ପ୍ରସ୍ତୁତି ଆରମ୍ଭ କରିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ୩୫ ଜଣିଆ ରାଜ୍ୟ ପଦାଧିକାରୀଙ୍କ ନାଁ ଘୋଷଣା କରିଛନ୍ତି। ବିଜେପି ଯେଉଁ କେନ୍ଦ୍ରୀୟ ପଦାଧିକାରୀଙ୍କ ନାଁ ଘୋଷଣା କରିଛି ସେଥିରେ ୧୦ ଜଣ ଉପସଭାପତି, ୫ ସାଧାରଣ ସମ୍ପାଦକ ସାମିଲ ଅଛନ୍ତି।

ରାଜ୍ୟ ବିଜେପିର ୧୦ ଜଣ ଉପସଭାପତି ତାଲିକାରେ ନାଉରୀ ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ମହାପାତ୍ର, କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶି ଓରାମ, ବିରଞ୍ଚିନାରାୟଣ ତ୍ରିପାଠୀ ସାମିଲ ଥିବା ସୂଚନା ରହିଛି।

ଏହା ସହ ମନମୋହନଙ୍କ ନୂଆ ଟିମରେ ବିଭିନ୍ନ ମୋର୍ଚ୍ଚାର ସଭାପତି ନିଯୁକ୍ତ କରାଯାଇଥିବାବେଳେ ବିଜେପି ଯୁବ ମୋର୍ଚ୍ଚା ସଭାପତି ହେଲେ ଅଭିଳାଷ ପଣ୍ଡା। ସେହିଭଳି ମହିଳା ମୋର୍ଚ୍ଚା ସଭାପତି ଭାବେ ଡକ୍ଟର ଐଶ୍ୱର୍ଯ୍ୟା ବିଶ୍ୱାଳ ଏବଂ କିଷାନ ମୋର୍ଚ୍ଚା ସଭାପତି ଭାବେ ମହେଶ୍ୱର ସାହୁଙ୍କୁ ଦାଇତ୍ୱ ମିଳିଛି। ଏସଟି ମୋର୍ଚ୍ଚା ଦାୟିତ୍ୱରେ ନିତ୍ୟାନନ୍ଦ ଗଣ୍ଡ ଏବଂ ଏସ୍‌ସି ମୋର୍ଚ୍ଚା ଦାଇତ୍ୱରେ ବିଭୁପ୍ରସାଦ ତରାଇ ଓ ଓବିସି ମୋର୍ଚ୍ଚା ସଭାପତି ଭାବେ ସୁରଥ ବିଶ୍ୱାଳଙ୍କୁ ଦାୟିତ୍ୱ ଦିଆଯାଇଛି।