Odisha Link
Bridging the Missing Links in Odisha

ଜ୍ଞାନବ୍ୟାପି ମସଜିଦ ପ୍ରସଙ୍ଗ: ଏଏସ୍‌ଆଇ ପକ୍ଷରୁ ସର୍ଭେ କାର୍ଯ୍ୟ ଆରମ୍ଭ

ଅଦାଲତ ମୁସଲିମ ପକ୍ଷର ପିଟିସନ ଖାରଜ କରିଥିଲେ।

ଓଏଲ୍‌ ବ୍ୟୁରୋ: ପୁଣି ଚର୍ଚ୍ଚାକୁ ଆସିଲା ଜ୍ଞାନବ୍ୟାପି ମସଜିଦ ମାମଲା। ଜ୍ଞାନବ୍ୟାପି ମସଜିଦର ସର୍ଭେ କାର୍ଯ୍ୟ ଏଏସ୍‌ଆଇ ପକ୍ଷରୁ ଆରମ୍ଭ ହୋଇଛି। ସର୍ଭେ ପାଇଁ ଆହ୍ଲାବାଦ ହାଇକୋର୍ଟ ଗ୍ରୀନ ସିଗନାଲ ଦେଇଥିଲେ। ମସଜିଦ ପରିସରରେ କୌଣସି କ୍ଷୟକ୍ଷତି ନ ହେବା ନେଇ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଖବର ଅନୁସାରେ, ଜ୍ଞାନବ୍ୟାପି ମସଜିଦ ଏଏସ୍‌ଆଇ ସର୍ଭେ ନେଇ ନିର୍ଦ୍ଦେଶ ପ୍ରସଙ୍ଗରେ ସୁପ୍ରିମକୋର୍ଟ ସାମୟିକ ରୋକ ଲଗାଇଥିଲେ। ଏଏସଆଇକୁ ତୁରନ୍ତ କାମ ବନ୍ଦ କରବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜୁଲାଇ ୨୬ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସର୍ଭେ ଉପରେ ସୁପ୍ରିମକୋର୍ଟ ସାମୟିକ ରୋକ ଲଗାଇଥିଲେ। ଏହି ସମୟ ମଧ୍ୟରେ ମୁସଲିମ ପକ୍ଷଙ୍କୁ ଆବେଦନ ପାଇଁ ପରାମର୍ଶ ଦିଆଯାଇଥିଲା। ଅଦାଲତ ମୁସଲିମ ପକ୍ଷର ପିଟିସନ ଖାରଜ କରିଥିଲେ।

Leave A Reply

Your email address will not be published.