Odisha Link
Bridging the Missing Links in Odisha

କମୁଛି ହୀରାକୁଦ ଜଳସ୍ତର, ମୋଟ୍ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ଜଳ ନିଷ୍କାସନ ପରେ ହୀରାକୁଦ ଜଳସ୍ତର କମିଛି।

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିଲା। ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ହୀରାକୁଦର ୧୭ଟି ଗେଟ୍ ଖୋଲିଥିଲା। ପରେ ଆଉ ୩ଟି ଗେଟ ହୀରାକୁଦ ଖୋଲିଥିଲା। ମୋଟ୍ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ହୋଇଛି। ଜଳ ନିଷ୍କାସନ ପରେ ହୀରାକୁଦ ଜଳସ୍ତର କମିଛି।

ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବଢୁଥିବାରୁ ହୀରାକୁଦ ଗେଟ୍ ଖୋଲିଛି ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଥିଲେ। ଉପରମୁଣ୍ଡର ବର୍ଷା, ଡ୍ୟାମର ଜଳଧାରଣା କ୍ଷମତା ଏବଂ ପାଣିପାଗ ବିଭାଗର ସମ୍ଭାବ୍ୟ ଆକଳନକୁ ଦୃଷ୍ଟିରେ ରଖି ବନ୍ୟାଜଳ ନିଷ୍କାସିତ ହୋଇଛି। ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ତଳିଆ ଅଂଚଳ ଲୋକଙ୍କୁ ସତର୍କ କରାଯାଇଥିଲା।

Leave A Reply

Your email address will not be published.