Odisha Link
Bridging the Missing Links in Odisha

ଫିରିଙ୍ଗିଆ ଥାନା ଜାଳିବା ଘଟଣା: ଆକ୍ସନ ନେଲା ପୁଲିସ୍, ୧୯ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଓଏଲ୍‌ ବ୍ୟୁରୋ: ଫୁଲବାଣି ଫିରିଙ୍ଗିଆ ଥାନାରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ଫିରିଙ୍ଗିଆ ଥାନାରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇଥିବା ଜଣା ପଡିଥିଲା। ପୁଲିସ ପ୍ରତି ଆକ୍ରୋଶରୁ ଉତ୍ତେଜନା ପରେ ନିଆଁ ଲଗାଇଥିଲେ। ଗଞ୍ଜେଇ ଚାଲାଣରେ ଲିପ୍ତ ଥିବା ଅଭିଯୋଗ କରି ଥାନା ଜାଳିବା ସହ ଥାନା ଆଇଆଇସି ଓ ତାଙ୍କ ୨ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଫିରିଙ୍ଗିଆ ଥାନା ଜାଳିବା ଘଟଣାରେ ସଂପୃକ୍ତ ଥିବା ଦୋଷୀକୁ ପୁଲିସ ଗିରଫ କରୁଛି। ଫିରିଙ୍ଗିଆ ଥାନା ପୋଡ଼ି ଏବଂ ପୋଲିସକୁ ଆକ୍ରମଣ କରିବାକୁ ନେଇ ଫିରିଙ୍ଗିଆ ଥାନାରେ ପୂର୍ବତନ ଥାନା ଅଧିକାରୀ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲା ଆଧାରରେ ପୋଲିସ ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ଜାମିନ୍ ଖାରଜ ପରେ ସମସ୍ତଙ୍କୁ ଫୁଲବାଣୀ କାରାଗାରକୁ ପଠାଇ ଦିଆଯାଇଛି।

Leave A Reply

Your email address will not be published.