Odisha Link
Bridging the Missing Links in Odisha

ବର୍ତ୍ତମାନ ସମୟ, ଅନାସ୍ଥା ପ୍ରସ୍ତାବ ଆଣିବାର ସମୟ ନୁହେଁ: ବିଜେଡି ସାଂସଦ

ଓଏଲ୍‌ ବ୍ୟୁରୋ: ପ୍ରଥମଥର ପାଇଁ ନବନିର୍ମିତ ସଂସଦ ଭବନରେ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେଉଛି। ଆଜି ସଂସଦରେ ଅନାସ୍ଥା ବିତର୍କ ଜାରି ରହିଛି। ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀ ସାଂସଦ ପକ୍ଷ ରଖୁଛନ୍ତି। ଲୋକସଭାରେ ଅନାସ୍ଥା ବିତର୍କରେ ବିଜେଡି ସାଂସଦ ପିନାକୀ ମିଶ୍ର ମତ ରଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସମୟ, ଅନାସ୍ଥା ପ୍ରସ୍ତାବ ଆଣିବାର ସମୟ ନୁହେଁ। ପରସ୍ପର ପରସ୍ପରକୁ ଦୋଷ ଦେବା ପାଇଁ ଏହା ଉପଯୁକ୍ତ ସମୟ ନୁହଁ।

କଂଗ୍ରେସର ଦୁର୍ନୀତିକୁ ବିରୋଧ କରି ବିଜେଡି ସୃଷ୍ଟି ହୋଇଛି। କଂଗ୍ରେସ ପାର୍ଟି ଆଣିଥିବା ମୋସନକୁ ଆମେ ସମର୍ଥନ କରିପାରିବୁ ନାହିଁ। ଅନାସ୍ଥାକୁ ବିରୋଧ କରିବାର ମଧ୍ୟ ଅନ୍ୟାନ୍ୟ କାରଣ ରହିଛି। ଅନାବଶ୍ୟକ ଭାବେ ଆମେ କେନ୍ଦ୍ର ସହ କଳି କରିବାକୁ ଚାହୁଁ ନାହୁଁ। କେନ୍ଦ୍ର ସରକାର ଆମର ସବୁ ଦାବି ପୂରଣ କରି ନାହାନ୍ତି। ଏହା ପଛରେ ଅର୍ଥନୈତିକ ବାଧ୍ୟ ବାଧକତା ଥାଇପାରେ।

ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାର ଆମକୁ ସହଯୋଗ କରିଛନ୍ତି। ନିକଟରେ ଗୃହମନ୍ତ୍ରୀ ଆମ ମୁଖ୍ୟମନ୍ତ୍ରୀଙ୍କୁ ସବୁଠୁ ଲୋକପ୍ରିୟ କହିଛନ୍ତି। ସଂଘୀୟ ବ୍ୟବସ୍ଥାରେ ଆମ ଭୂମିକାକୁ ମଧ୍ୟ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପାଇଁ ଅନାସ୍ଥା ପ୍ରସ୍ତାବ ଆଣିବା ଠିକ୍‌ ହୋଇନି। ଏହା ଦ୍ୱାରା ସମୟ ଅପଚୟ ହେବ, ପରିଣାମ କଣ ହେବ ଜଣା ଅଛି। ମାତ୍ର ମଣିପୁରରେ ଯାହା ଘଟିଲା ତାହା ନିଶ୍ଚିତରେ ପରିତାପର ବିଷୟ ବୋଲି ବିଜେଡି ସାଂସଦ ପିନାକୀ ମିଶ୍ର ମତ ରଖିଛନ୍ତି। ମଣିପୁର ଘଟଣା ହୃଦୟ ବିଦାରକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହି ସାରିଛନ୍ତି ବୋଲି ସାଂସଦ ପିନାକୀ ମିଶ୍ର କହିଛନ୍ତି।

Leave A Reply

Your email address will not be published.