Odisha Link
Bridging the Missing Links in Odisha

ବିଧାନସଭା: ୬ଟି ରାଜ୍ୟର ୭ଟି ଆସନରେ ହେବ ଉପନିର୍ବାଚନ

ଓଏଲ୍‌ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ। ଏଥିପାଇଁ ଆଜି ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେପ୍ଟେମ୍ବର ୫ ତାରିଖରେ ୭ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଉ ୮ ତାରିଖରେ ଫଳାଫଳ ପ୍ରକାଶ କରିବ।

ତ୍ତରପ୍ରଦେଶ, ପଶ୍ଚିମବଙ୍ଗ, କେରଳ, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡରେ ଗୋଟିଏ ଲେଖାଏଁ ଆସନ ଥିବା ବେଳେ ତ୍ରିପୁରାରେ ୨ଟି ଆସନ ରହିଛି। ଉତ୍ତରପ୍ରଦେଶର ଘୋସି, ଉତ୍ତରାଖଣ୍ଡର ବାଗେଶ୍ୱର, ବଙ୍ଗଳାର ଧୁପଗୁଡ଼ି, ଝାଡ଼ଖଣ୍ଡର ଡୁମରୀ, କେରଳର ପୁଥୁପଲ୍ଲୀ, ତ୍ରିପୁରାର ବକ୍ସନଗର ଓ ଧନପୁରରେ ମତଦାନ ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଏହି ୭ଟି ଆସନ ମଧ୍ୟରୁ ୫ଟି ଆସନର ବିଧାୟକଙ୍କ ମୃତ୍ୟୁ ଯୋଗୁଁ ଏବଂ ଅନ୍ୟ ୨ଟି ଆସନରେ ପ୍ରାର୍ଥୀଙ୍କ ଇସ୍ତଫା ଯୋଗୁଁ ଏସବୁ ଆସନଗୁଡ଼ିକ ଖାଲି ପଡ଼ିଥିଲା। ଏହି ଆସନଗୁଡ଼ିକରେ ହିଁ ଉପନିର୍ବାଚନ ହେଉଛି।

ଉପନିର୍ବାଚନ ପାଇଁ ୧୦ ଅଗଷ୍ଟରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ମନୋନୟନ ପତ୍ର ଦାଖଲର ଶେଷ ତାରିଖ ୧୭ ଅଗଷ୍ଟ ରଖାଯାଇଥିବାବେ​ଳେ ପ୍ରତ୍ୟାହାରର ଶେଷ ତାରିଖ ୨୧ ଅଗଷ୍ଟ ରହିଛି। ୫ ସେପ୍ଟେମ୍ବରରେ ଭୋଟ ଗ୍ରହଣ ହେବ ଓ ୮ ସେପ୍ଟେମ୍ବରରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

Leave A Reply

Your email address will not be published.