Odisha Link
Bridging the Missing Links in Odisha

ମିଳୁନି ଦୁଇ କଲେଜ ଛାତ୍ରଙ୍କ ପତ୍ତା, ମହାନଦୀକୁ ଯାଇ ହେଲେ ନିଖୋଜ

ମୁଣ୍ଡଳୀ ନିକଟସ୍ଥ ମହାନଦୀକୁ ଗାଧୋଇବାକୁ ଆସି ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଓଏଲ୍‌ ବ୍ୟୁରୋ: ମହାନଦୀକୁ ଗାଧେଇବାକୁ ଯାଇ ଦୁଇ କଲେଜ ଛାତ୍ର ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି। ଆଜି ଅପରାହ୍ନରେ ଏକ ଘରୋଇ କଲେଜର ଦୁଇ ନାବାଳକ ଛାତ୍ର ମୁଣ୍ଡଳୀ ନିକଟସ୍ଥ ମହାନଦୀକୁ ଗାଧେଇବାକୁ ଆସି ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଖବର ପାଇ ଘଟଣାସ୍ଥଳରେ ବାରଙ୍ଗ ଅଗ୍ନିଶମ ବାହିନୀ ପହଁଚି ଖୋଜା ଖୋଜି ଜାରି ରଖିଛନ୍ତି।