Odisha Link
Bridging the Missing Links in Odisha

ପୁରୁଣା ଘର ଫେରି ପାଇବେ ରାହୁଲ!

୧୦୯ ଦିନ ପରେ ରାହୁଲ ଗାନ୍ଧୀ ନିଜ ସରକାରୀ ବାସଭବନକୁ ଫେରିଯିବେ ବୋଲି କୁହାଯାଉଛି।

ନୂଆଦିଲ୍ଲୀ: ୧୦୯ ଦିନ ପରେ ପୁରୁଣା ଘରକୁ ଫେରିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ମୋଦି ଉପନାମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜର ସାଂସଦ ପଦ ଫେରିପାଇବା ପରେ ତୁଗଲକରେ ଥିବା ସରକାରୀ ଘର ଫେରିପାଇବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଗତ ୨୨ ଏପ୍ରିଲରେ ୨୦୨୩ରେ ରାହୁଲ ଗାନ୍ଧୀ ତୁଗଲକରେ ଥିବା ସରକାରୀ ଘର ଛାଡ଼ି ଦେଇଥିଲେ। ଏହାପୂର୍ବରୁ ରାହୁଲ ଏପ୍ରିଲ ୧୪ ତାରିଖରେ ତାଙ୍କ କାର୍ଯ୍ୟାଳୟ ଓ କିଛି ଜିନିଷ ମା’ ସୋନିଆ ଗାନ୍ଧିଙ୍କ ବାସଭବନକୁ ନେଇ ଯାଇଥିଲେ। ବର୍ତ୍ତମାନ ୧୦୯ ଦିନ ପରେ ରାହୁଲ ଗାନ୍ଧୀ ନିଜ ସରକାରୀ ବାସଭବନକୁ ଫେରିଯିବେ ବୋଲି କୁହାଯାଉଛି।

ସୂଚନା ଅନୁସାରେ, ମୋଦି ଉପନାମ ବିବାଦରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହେବା ସହିତ ୨ ବର୍ଷ ଦଣ୍ଡ ମିଲିଥିଲା। ଯାହାପରେ ନିୟମ ଅନୁଯାୟୀ ସଂସଦ ପକ୍ଷରୁ ତାଙ୍କୁ ସାଂସଦ ଭାବେ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଏପରିକି ତାଙ୍କୁ ସରକାରୀ ଘର ଛାଡ଼ିବାକୁ କୁହାଯାଇଥିଲା।

ସାଂସଦ ପଦ ରଦ୍ଦ ହେବାପରେ ଲୋସଭା ହାଉସିଂ କମିଟି ପକ୍ଷରୁ ରାହୁଲଙ୍କୁ ଘର ଖାଲି କରିବାକୁ କୁହାଯାଇଥିଲା। ଏପ୍ରିଲ ୨୨ ସୁଦ୍ଧା ଘର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ରାହୁଲ ଘର ଖାଲି କରି ମା’ ସୋନିଆଙ୍କ ପାଖକୁ ଚାଲି ଯାଇଥିଲେ। ଏଥିସହିତ ସରକାରୀ ଘରର ଚାବି କର୍ତ୍ତୃପକ୍ଷଙ୍କୁ ଦେଇଥିଲେ।

ଏପ୍ରିଲରେ ୨୨ରେ ଘର ଖାଲି କରିବା ସମୟରେ ରାହୁଲ କହିଥିଲେ, ସତ କହିବାରୁ ଏଭଳି ମୂଲ୍ୟ ଦେବାକୁ ପଡ଼ିଲ। ଏହି ସରକାରୀ ଘରେ ରହିବାକୁ ଇଚ୍ଛା ନାହିଁ ବୋଲି ମଧ୍ୟ କହିଥିଲେ ରାହୁଲ। ସୂଚନାଥାଉକି, ଏପ୍ରିଲ ୧୧ରେ ରାହୁଲ କହିଥିଲେ ଯେ, ସାଂସଦ ଗୋଟେ ମାନ୍ୟତା, ଗୋଟେ ପଦବୀ ବା ଗୋଟେ ପଦ। ଏହି ପଦ ଓ ସରକାରୀ ଘର ଭାଜପା ନେଇ ଯାଇପାରେ କିନ୍ତୁ ଓ୍ବାୟନଡ଼ ଲୋକଙ୍କର ପ୍ରତିନିଧିତ୍ବ କରିବାକୁ କେବେ ବି ରୋକି ପାରିବ ନାହିଁ।

Leave A Reply

Your email address will not be published.