ଉପରମୁଣ୍ଡରେ କମିଲା ଜଳସ୍ତର, ବନ୍ଦ ହେଲା ହୀରାକୁଦ ଡ୍ୟାମ୍ର ଆଉ ୨ଟି ଗେଟ୍
ବନ୍ୟା ଜଳ ପ୍ରବେଶ କମିଥିବାରୁ ଗେଟ୍ ବନ୍ଦ କରାଗଲା।

ଓଏଲ୍ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିଲା। ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ହୀରାକୁଦର ୧୭ଟି ଗେଟ୍ ଖୋଲିଥିଲା। ପରେ ଆଉ ୩ଟି ଗେଟ ହୀରାକୁଦ ଖୋଲିଥିଲା। ମୋଟ୍ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ହୋଇଥିଲା। ଜଳ ନିଷ୍କାସନ ପରେ ହୀରାକୁଦ ଜଳସ୍ତର କମିଥିବାରୁ ପ୍ରଥମେ ହୀରାକୁଦ ଡ୍ୟାମ୍ର ୧୪ଟି ବନ୍ଦ କରାଯାଇଥିଲା। ପରେ ଆଉ ୨ଟି ଗେଟ୍ ବନ୍ଦ କରାଯାଇଛି। ବନ୍ୟା ଜଳ ପ୍ରବେଶ କମିଥିବାରୁ ଗେଟ୍ ବନ୍ଦ କରାଗଲା। ବର୍ତ୍ତମାନ ୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି।
ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବଢୁଥିବାରୁ ହୀରାକୁଦ ଗେଟ୍ ଖୋଲିଛି ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଥିଲେ। ଉପରମୁଣ୍ଡର ବର୍ଷା, ଡ୍ୟାମର ଜଳଧାରଣା କ୍ଷମତା ଏବଂ ପାଣିପାଗ ବିଭାଗର ସମ୍ଭାବ୍ୟ ଆକଳନକୁ ଦୃଷ୍ଟିରେ ରଖି ବନ୍ୟାଜଳ ନିଷ୍କାସିତ ହୋଇଛି। ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ତଳିଆ ଅଂଚଳ ଲୋକଙ୍କୁ ସତର୍କ କରାଯାଇଥିଲା।