Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀ ମଣିପୁରକୁ ଜଳାଇବାକୁ ଚାହୁଁଛନ୍ତି: ରାହୁଲ

ଓଏଲ୍‌ ବ୍ୟୁରୋ: ନବନିର୍ମିତ ସଂସଦ ଭବନରେ ସଂସଦର ମୌସୁମୀ ଅଧିବେଶନରେ ଅନାସ୍ଥା ବିତର୍କ ଜାରି ରହିଥିବାବେଳେ ଅନାସ୍ଥା ବିତର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମନ୍ତବ୍ୟ ରଖିଥିଲେ। ଯାହାକୁ ନେଇ ରାହୁଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଲୋକସଭାରେ ୨ ଘଣ୍ଟା ୧୩ ମିନିଟ୍ ଭାଷଣ ଦେଲେ, ହେଲେ ଏହା ଭିତରୁ ସେ କେବଳ ୨ ମିନିଟ୍ ମଣିପୁର ପ୍ରସଙ୍ଗରେ ହସି ହସି କହିଥିଲେ। ତେବେ ଦେଶର ପ୍ରଧାନମନ୍ତ୍ରୀ ମଣିପୁରର ମଜାକ୍ ଉଡାଇବା ଠିକ୍ ନୁହେଁ।

ଏହା ସହ ରାହୁଲ ଗାନ୍ଧୀ କାହିଁକି ଭାରତର ମାତାଙ୍କ ହତ୍ୟା ହେଇଛି ବୋଲି ବୟାନ ରଖିଥିଲେ, ସେନେଇ ମଧ୍ୟ ସଫେଇ ଦେଇଛନ୍ତି। ମଣିପୁର ହିଂସାକୁ ଭାରତୀୟ ସେନା ମାତ୍ର ୨ ଦିନରେ ନିୟନ୍ତ୍ରଣ କରିପାରିଥାନ୍ତା। ହେଲେ ପ୍ରଧାନମନ୍ତ୍ରୀ କିନ୍ତୁ ଏହି ନିଆଁକୁ ଲିଭାଇବାକୁ ଚାହିଁଲେନି। ରାହୁଲ କହିଛନ୍ତିି ଯେ, ପ୍ରଧାନମନ୍ତ୍ରୀ ଏହି ନିଆଁକୁ ଲିଭାଇବାକୁ ଚାହୁଁନାହାଁନ୍ତି, ବରଂ ସେ ମଣିପୁରକୁ ଜଳାଇବାକୁ ଚାହୁଁଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ କହିଥିଲେ, ଆମକୁ ବିଶ୍ୱାସ କରିଥିବାରୁ ଦେଶର କୋଟି କୋଟି ନାଗରିକଙ୍କୁ କୃତଜ୍ଞତା। ୨୦୧୮ରେ ବି ଅନାସ୍ଥା ଆଣିଥିଲେ, ତାହା ସେମାନଙ୍କ ଫ୍ଲୋରଟେଷ୍ଟ ଥିଲା। ଦେଶବାସୀ ଯେଉଁ ବିଶ୍ୱାସରେ ଏମାନଙ୍କୁ ପଠାଇଛନ୍ତି, ତାଙ୍କ ପ୍ରତି ବି ବିଶ୍ୱାସଘାତ ହେଉଛି। ଆପଣଙ୍କ ପାଇଁ ଗରିବର ଭୋକ ନୁହେଁ, କ୍ଷମତା ଭୋକ ଘାରିଛି। ଯୁବବର୍ଗଙ୍କୁ ରୋଜଗାର ଚିନ୍ତା ନୁହେଁ, ଏମାନଙ୍କୁ ରାଜନୀତି ଚିନ୍ତା ଘାରିଛି।

ଭୋଟିଂ ବେଳେ ଯେତିକି ସଦସ୍ୟ ଥିଲେ, ସେତିକି ଭୋଟ୍ ବି ପାଇଲେନି। ସବୁ ବେଳେ ବିପକ୍ଷଙ୍କ ଅବିଶ୍ବାସ ପ୍ରସ୍ତାବ ଆମ ପାଇଁ ଶୁଭ ହେଉଛି। ୨୦୨୪ରେ ଏନଡିଏ ଓ ବିଜେପି ପୂର୍ବର ସବୁ ରେକର୍ଡ ଭାଙ୍ଗିବେ। ପୂର୍ବର ସବୁ ରେକର୍ଡ ଭାଙ୍ଗି ପୁଣି ଏନଡିଏ ଓ ବିଜେପି କ୍ଷମତାକୁ ଫେରିବେ। ବିପକ୍ଷ ଦଳ ଫିଲ୍‌ଡିଂ ସଜାଇଲା, କିନ୍ତୁ ଛକା, ଚୌକା ଏଇଠୁ ଲାଗିଲା। ଆପଣ ନୋ ବଲ୍ ନୋ ବଲ୍ ହେଉଥାନ୍ତୁ, ଏଠୁ ସେଞ୍ଚୁରୀ ହେଇଚାଲିଛି। ବିପକ୍ଷଙ୍କୁ କହିବି, ଆପଣମାନେ ପ୍ରସ୍ତୁତ ହୋଇ କାହିଁକି ଆସୁନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମନ୍ତବ୍ୟ ରଖିଥିଲେ।

Leave A Reply

Your email address will not be published.