ରାଜଧାନୀରେ ଆରମ୍ଭ ହେବ ମେଟ୍ରୋ ରେଳ ପ୍ରକଳ୍ପ, ୫-ଟି କାର୍ଯ୍ୟକ୍ରମରେ ହେଲା ସାମିଲ
ଓଏଲ୍ ବ୍ୟୁରୋ: ଓଡ଼ିଶା ପାଇଁ ବଡ଼ ଖବର। ଖୁବଶୀଘ୍ର ରାଜଧାନୀରେ ମେଟ୍ରୋ ରେଳ ପ୍ରକଳ୍ପ ଆରମ୍ଭ ହେବ। ଏହି ପ୍ରକଳ୍ପକୁ ୫-ଟି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ତେବେ ରାଜଧାନୀରେ ହେବାକୁ ଥିବା ଏହି ମେଟ୍ରୋ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆକୁ ସଂଯୋଗ କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ଖୋର୍ଦ୍ଧା, ପୁରୀକୁ ସଂଯୋଗ କରିବ। ରାଜଧାନୀ ଭୁବନେଶ୍ବରରେ ମେଟ୍ରୋ ଟ୍ରେନ୍ ଚଳାଇବାକୁ ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୦ଟି ସ୍ଥାନରେ ମେଟ୍ରୋ ରେଳ ଷ୍ଟେସନ ହେବ। ଭୁବନେଶ୍ବର ମେଟ୍ରୋ ରେଳ ନିଗମ ଦ୍ବାରା ଆୟୋଜିତ ବୈଠକରେ ଡିଏମଆରସି ବିସ୍ତୃତ ପ୍ରକଳ୍ପ ରିପୋର୍ଟ ମୁଖ୍ୟ ସଚିବଙ୍କ ନିକଟରେ ଦାଖଲ କରିଛନ୍ତି।
ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ଏହି ପ୍ରକଳ୍ପ ନିମିତ୍ତ ହେବାକୁ ଥିବା ୨୦ଟି ଷ୍ଟେସନ ହେଉଛି ବିଜୁ ପଟ୍ଟନାୟକ ବିମାନବନ୍ଦର, କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ, ବାପୁଜିନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମ ମନ୍ଦିର ସ୍କୋୟାର, ବାଣୀବିହାର, ଆଚାର୍ଯ୍ୟ ବିହାର ସ୍କୋୟାର, ଜୟଦେବ ବିହାର ସ୍କୋୟାର, ଜାଭିୟର ସ୍କୋୟାର, ରେଳ ସଦନ, ଡିଷ୍ଟ୍ରିକ୍ ସେଣ୍ଟର, ଡମଣା ସ୍କୋୟାର, ପଟିଆ ସ୍କୋୟାର, କିଟ୍ ସ୍କୋୟାର, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ଜୁଲୋଜିକାଲ୍ ପାର୍କ, ଫୁଲାପୋଖରୀ ଏବଂ ତ୍ରିସୁଲିଆ ସ୍କୋୟାର, କଟକ। ଖୁବଶୀଘ୍ର ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି।