Odisha Link
Bridging the Missing Links in Odisha

ଅସହ୍ୟ ହେବ ତାତି! ବିଶ୍ବ ତାପମାତ୍ରାକୁ ନେଇ ନାସା’ ଦେଲା ଚେତାବନୀ

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ତାପମାତ୍ରା ହାର ବଢ଼ିବାରେ ଲାଗିଛି। ବଢୁଥିବା ତାପମାତ୍ରାକୁ ନେଇ ନାସା ଏକ ସତର୍କବାଣୀ ଜାରି କରିଛି। ଚଳିତ ବର୍ଷ ବିଶ୍ବ ତାପମାତ୍ରା ସବୁ ରେକର୍ଡ ଅତିକ୍ରମ କରିଥିବାବେଳେ ୨୦୨୪ରେ ଉତ୍ତାପ ବଢିବା ସହିତ ଆହୁରି ଅଧିକ ଗରମ ଅନୁଭୂତ ହେବ ବୋଲି ସତର୍କତା ଜାରି କରିଛି। ଏଥିପାଇଁ ଏବେଠୁ ପ୍ରସ୍ତୁତି କରି ନେବାକୁ ନାସା ବୈଜ୍ଞାନିକମାନେ କହିଛନ୍ତି। ଯଦି କିଛି ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ଭୀଷଣ ଗ୍ରୀଷ୍ମରେ ଅନେକ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ମଧ୍ୟ ନାସା ସତର୍କ କରିଛି।

ସୂଚନା ଅନୁସାରେ, ଗତ ଜୁଲାଇ ମାସ ବିଶ୍ବ ଇତିହାସରେ ସବୁଠୁ ଉତ୍ତପ୍ତ ମାସ ରହିଥିଲା ବେଳେ ବନାଗ୍ନି ବିଭିନ୍ନ ସ୍ଥାନରେ ପ୍ରଳୟ ସୃଷ୍ଟି କରିଛି। ଆମେରିକାରୁ ଆରମ୍ଭ କରି ଚୀନ ପର୍ଯ୍ୟନ୍ତ ବହୁ ଅଞ୍ଚଳ ପ୍ରଭାବିତ ହେବା ସହିତ ଏହିସବୁ ସ୍ଥାନରେ ଗରମ ଅସହ୍ୟ ହୋଇଥିଲା। ହାୱାଇ ଦ୍ବୀପ ପୁଞ୍ଜର ଅନେକ ସହର ବନାଗ୍ନିକୁ ନେଇ ଧ୍ବଂସ ହୋଇଯାଇଥିଲା ବେଳେ ଚୀନ୍‌ରେ ଅସହ୍ୟ ଗରମ ଯୋଗୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଏବେ ବିଶ୍ୱର ବିଭିନ୍ନ ଭାଗରେ ବିଭିନ୍ନ କିସମର ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଛି।

Leave A Reply

Your email address will not be published.