Odisha Link
Bridging the Missing Links in Odisha

ଏସିଆ କପ୍‌: ରୋହିତ ଅଧିନାୟକ, ଦଳକୁ ଫେରିଲେ ଏହି ଖେଳାଳି

ଓଏଲ୍‌ ବ୍ୟୁରୋ: ଏସିଆ କପ୍‌ କ୍ରିକେଟ ପାଇଁ ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଭାରତୀୟ ଟିମ୍‌। କେ.ଏଲ୍ ରାହୁଲ ଓ ଶ୍ରେୟସ ଆୟାର ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଟିମରେ ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ତିଳକ ବର୍ମା, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଶ୍ରାଦ୍ଧୁଳ ଠାକୁର, ପ୍ରସିଦ୍ଧ କ୍ରୀଷ୍ଣା, ଜସପ୍ରୀତ ବୁମ୍ରା , ମହମ୍ମଦ ଶାମି ଏବଂ ମହମ୍ମଦ୍ ସିରାଜ, ସଞ୍ଜୁ ସାମସନ୍‌(ରିଜର୍ଭ) ସ୍ଥାନ ପାଇଛନ୍ତି।

ସୂଚନାଥାଉକି, ଅଗଷ୍ଟ ୩୦ରୁ ସେପ୍‌ଟେମ୍ବର ୧୭ ଯାଏଁ ଏସିଆ କପ୍‌ ଚାଲିବ। ବିଶ୍ବ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ସେପ୍ଟମ୍ବର ୨ରେ ମୁହାଁମୁହିଁ ହେବେ। ପ୍ରକାଶ ପାଇଥିବା କୀଡ଼ାସୂଚୀ ଅନୂସାରେ ଏଥର ଆୟୋଜକ ପାକିସ୍ଥାନ ୩୦ ଅଗଷ୍ଟରେ ଏସିଆ କପର ପ୍ରଥମ ମ୍ୟାଚରେ ନେପାଳକୁ ଭେଟିବ। ସେହିପରି ସେପ୍ଟମ୍ବର ୧୭ ତାରିଖରେ ଏସିଆ କପ୍‌ ଫାଇନାଲ ମୁକାବିଲା ଖେଳାଯିବ।

ଦିନିକିଆ ଏସିଆ କପ କ୍ରିକେଟରେ ୬ଟି ଟିମ ଅଂଶଗ୍ରହଣ କରିବେ। ନେପାଳ ଓ ପାକିସ୍ତାନ ସହ ଭାରତ ଗ୍ରୁପ ଏରେ ସ୍ଥାନ ପାଇଛି। ଗ୍ରୁପ ବିରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ରହିଛନ୍ତି। ଏସିଆ କପରେ ଭାରତ-ପାକିସ୍ତାନ ମଧ୍ୟରେ ୩ଥର ମୁକାବିଲା ହୋଇପାରେ। ଉଭୟ ଟିମ ସୁପର ୪ ଷ୍ଟେଜକୁ ଉନ୍ନୀତ ହେଲେ ୧୦ ସେପ୍ଟମ୍ବରେ ପରସ୍ପରକୁ ଭେଟିବେ। ସେହିପରି ଏହି ଦୁଇ ଟିମ ଫାଇନାଲରେ ଭେଟିବା ସମ୍ଭାବନା ମଧ୍ୟ ରହିଛି। ଟୁର୍ଣ୍ଣାମେର୍ଟର ୪ଟି ମ୍ୟାଚ ପାକିସ୍ତାନରେ ୯ଟି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବ।

ଭାରତ ତାର ଅଭିଯାନ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ। ପରେ ସେପ୍ଟେମ୍ବର ୪ ତାରିଖରେ ନେପାଳକୁ ଭେଟିବ ଟିମ୍‌ ଇଣ୍ଡିଆ। ଏହାପରେ ସେପ୍ଟମ୍ବର ୬ ତାରିଖରୁ ସୁପର ୪ ମୁକାବିଲା ଖେଳାଯିବ। ଯଦି ଟିମ୍‌ ଇଣ୍ଡିଆରେ ସୁପର-୪ରେ ପ୍ରବେଶ କରେ ୩ଟି ଦଳକୁ ଭେଟିବ। ଏହାପରେ ଟପ୍‌ ୨ଟି ଟିମ୍‌ ମଧ୍ୟରେ ସେପ୍ଟେମ୍ବର ୧୭ରେ ଫାଇନାଲ ମୁକାବିଲା ଖେଳାଯିବ ବୋଲି ସୂଚନା ରହିଛି।