Odisha Link
Bridging the Missing Links in Odisha

ନବ ଦାସ ହତ୍ୟା ମାମଲା: ଘୁଞ୍ଚିଲା ଅଭିଯୁକ୍ତ ଗୋପାଳର ଡିସଚାର୍ଜ ପିଟିସନ ଶୁଣାଣି

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ। ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ନେଇ ଆଜି ଆଉ ଏକ ଖବର ସାମ୍ନାକୁ ଆସିଛି। ନବ ଦାସ ହତ୍ୟା ମାମଲାରେ ଗୋପାଳର ଡିସଚାର୍ଜ ପିଟିସନ ଶୁଣାଣି ଘୁଂଚି ଯାଇଛି।

ଆସନ୍ତା ମାସ ୨ ତାରିଖରେ ଶୁଣାଣି ନେଇ ଦିନ ଧାର୍ଯ୍ୟ କରାଯାଇଛି। ଆଜି ଝାରସୁଗୁଡ଼ା ଏଡିଜେ କୋର୍ଟରେ ଶୁଣାଣି ହୋଇଥାନ୍ତା। ଗୋପାଳଙ୍କ ଓକିଲ ଡିସଚାର୍ଜ ପିଟିସନ ଆବେଦନ କରିଥିଲେ। ତେବେ ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନଥିବାବେଳେ ଅଭିଯୁକ୍ତ ଗୋପାଳଥାନାରେ ଦିନ କାଟୁଛି।