Odisha Link
Bridging the Missing Links in Odisha

ଜନସ୍ୱାସ୍ଥ୍ୟ ବିଭାଗର ନିଷ୍ପତ୍ତି: କାଲିଠୁ ଖୋଲିବ ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ ସେଣ୍ଟର

ପ୍ରତି ଅର୍ବାନ ସିଏଚସିରେ ୧୦ଟି ଲେଖାଏଁ ବେଡ୍‌ ରହିବ।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ଥମିବାର ନା ନେଉନି। ରାଜଧାନୀ ଭୁବନେଶ୍ବରରେ ଘରେ ଘରେ ଡେଙ୍ଗୁ ସଂକ୍ରମଣ ମାଡିବାର ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ କାଲିଠୁ ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ ସେଣ୍ଟର ଖୋଲାଯିବ। କ୍ୟାପିଟାଲ ହସ୍ପିଟାଲରେ କାଲିଠୁ ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ ସେଣ୍ଟର ଖୋଲିବ। ଭିଡ଼ ଏଡ଼ାଇବା ଲାଗି କାଲିଠୁ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର ଖୋଲିବ। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ଏନେଇ ସୂଚନା ପ୍ରଦାନ କରିଛନ୍ତି। ଭୁବନେଶ୍ୱରର ୪ଟି ଯାକ ସିଏଚସିରେ ଡେଙ୍ଗୁ ୱାର୍ଡ ଖୋଲିବ। ପ୍ରତି ଅର୍ବାନ ସିଏଚସିରେ ୧୦ଟି ଲେଖାଏଁ ବେଡ୍‌ ରହିବ। ରାଜଧାନୀରେ ଡେଙ୍ଗୁ ବଢ଼ିବା ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ନିଷ୍ପତ୍ତି ନେଇଛି।

ସୂଚନା ଅନୁସାରେ, ପ୍ରତିଦିନ ହସ୍ପିଟାଲରେ ୬୦-୭୦ ପଜିଟିଭ ଚିହ୍ନଟ ହେଉଛନ୍ତି। ସେଥିମଧ୍ୟରୁ ପ୍ରାୟ ୧୫ ଜଣ ଆଡମିଟ୍ ହେଉଛନ୍ତି, ଏବେ ୬୨ ଚିକିତ୍ସାଧୀନ।ଏ ବର୍ଷ କେବଳ ଭୁବନେଶ୍ୱରରୁ ୧୦୫୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଡେଙ୍ଗୁ ହଟ୍‌ସ୍ପଟ୍‌ ପାଲଟିଛି। ୟୁନିଟ-୯ ଓ ସହିଦ ନଗର ଅଞ୍ଚଳ ମଧ୍ୟ ଡେଙ୍ଗୁ ହଟସ୍ପଟ ପାଲଟିଛି। ରାଜ୍ୟରେ ଡେଙ୍ଗୁ ଜନିତ ମୃତ୍ୟୁ ଶୂନ ରହିଥିବା କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଡେଙ୍ଗୁ ମୃତ୍ୟୁ ସ୍ପଷ୍ଟ କରିବା ପାଇଁ ସବୁଜିଲ୍ଲାରେ ବିଶେଷଜ୍ଞ କମିଟି ରହିଛି। ବିଶେଷଜ୍ଞ କମିଟି ଯାଞ୍ଚ କରି ତଥ୍ୟ ଦେବା ପରେ ଡେଙ୍ଗୁ ମୃତ୍ୟୁ ସ୍ପଷ୍ଟ ହୁଏ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Leave A Reply

Your email address will not be published.