Odisha Link
Bridging the Missing Links in Odisha

ରାଜଧାନୀର ଜନତା ମଇଦାନରେ ଛାତ୍ରଛାତ୍ରୀଙ୍କ ଭିଡ଼, ପରାମର୍ଶ ଦେଲେ ୫-ଟି ସଚିବ

ଓଏଲ୍‌ ବ୍ୟୁରୋ: ରାଜଧାନୀର ଜନତା ମଇଦାନରେ ଫାଇଭ୍-ଟି ସଚିବଙ୍କ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଜନତା ମଇଦାନରେ ଏକାଠି ହେଲେ ସରକାରୀ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ। ପାଖାପାଖି ୧୩୦ କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ସହ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍ ଆଲୋଚନା କରିଛନ୍ତି।

କଲେଜ ସମ୍ପର୍କିତ ରହିଥିବା ସମସ୍ୟା ଭିତ୍ତିଭୂମି, ପାଠ ପଢ଼ାକୁ ନେଇ ହେଉଥିବା ସମସ୍ୟା ଏଭଳି ବିଭିନ୍ନ ପ୍ରସଙ୍ଗରେ ଫାଇଭ-ଟି ସଚିବଙ୍କ ପାଖରେ ପିଲା ତାଙ୍କ ଅଭିଯୋଗ ରଖିଛନ୍ତି। ଏନେଇ ବିଭିନ୍ନ କଲେଜର ଅଧ୍ୟକ୍ଷମାନଙ୍କର ବୈଠକ ହୋଇଥିଲା। ତେବେ ଜନତା ମଇଦାନରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ୫-ଟି ସଚିବ ଭେଟିବା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ଜାରି ରହିଥିବାବେଳେ ୫ ବର୍ଷ କଠିନ ପରିଶ୍ରମ କର ଆଗାମୀ ୫୦ ବର୍ଷ ଭଲ ଫଳ ମିଳିବ ବୋଲି ୫-ଟି ସଚିବ କହିଛନ୍ତି। ଶାରୀରିକ ଓ ମାନସିକ ଫିଟନେସ୍‌ ବଜାୟ ରଖିବାକୁ ଛାତ୍ରଛାତ୍ରୀଙ୍କୁ ଜନତା ମଇଦାନରେ ଫାଇଭ-ଟି ସଚିବ ପରାମର୍ଶ ଦେଇଛନ୍ତିି।

Leave A Reply

Your email address will not be published.