Odisha Link
Bridging the Missing Links in Odisha

ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଘଟଣା: ତଦନ୍ତ ରିପୋର୍ଟ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ

୨ୟ ବର୍ଷର ୩ ଛାତ୍ର ରାଗିଂ କରିଥିଲେ।

ଓଏଲ୍‌ ବ୍ୟୁରୋ: ରାଗିଂ ମୁକ୍ତ କ୍ୟାମ୍ପସ କରିବାପାଇଁ ଆଣ୍ଟି ରାଗିଂ କମିଟିର ନିୟମ ସମସ୍ତ କଲେଜରେ ପ୍ରଚଳିତ ହେବାପରେ ମଧ୍ୟ କିଛି ଦିନ ହେବ ଅନେକ କଲେଜରେ ରାଗିଂ ଘଟଣା ଦେଖାଦେଇଛି। ତେବେ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜର ଡିନ୍‌ ପ୍ରତିକ୍ରିୟା ରଖିଛନ୍ତି।

ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ନେଇ ସେ କହିଛନ୍ତି, ରାଗିଂର ଶିକାର ଛାତ୍ର ରାଜସ୍ଥାନର। ୨ୟ ବର୍ଷର ୩ ଛାତ୍ର ରାଗିଂ କରିଥିଲେ। ୩ ଛାତ୍ର ଅଭିଯୋଗ ସ୍ୱୀକାର କରିବା ସହ କ୍ଷମାପ୍ରାର୍ଥନା କରିଛନ୍ତି। ଆଣ୍ଟି ରାଗିଂ ସ୍କ୍ବାଡ୍‌ ବୁଧବାର ସୁଦ୍ଧା ତଦନ୍ତ ରିପୋର୍ଟ ଦେବ। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିନ୍‌ ପ୍ରତିକ୍ରିୟା କହିଛନ୍ତି।