Odisha Link
Bridging the Missing Links in Odisha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଲା ୨ ଜୀବନ

୧୬ନଂ ଜାତୀୟ ରାଜପଥ ମୂଳାପାଳ ଛକରେ ଏହି ଦୁର୍ଘଟଣା ଘଟିଛି।

ଓଏଲ୍‌ ବ୍ୟୁରୋ: ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ସିରିଜ୍ ଦୁର୍ଘଟଣା ଦୁଇ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି। ୧୬ନଂ ଜାତୀୟ ରାଜପଥ ମୂଳାପାଳ ଛକରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, କ୍ରସର ଗୁଣ୍ଡ ବୋଝେଇ ଡମ୍ଫରକୁ ପଛପଟୁ ଟ୍ରକ ଧକ୍କା ଦେଇ ରାସ୍ତା କଡ଼ରେ ଥିବା ଆଉ ଏକ ଗାଡି ସହ ପିଟି ହୋଇଥିଲା। ରାସ୍ତାରେ ଗାଡ଼ି ରଖି ସଜାଡ଼ୁ ଥିବା ୨ଜଣଙ୍କ ମୃତ୍ୟୁ ହୋଇଛି। ୨ ଆହତଙ୍କୁ ମଧୁବନ ମେଡିକାଲରେ ଭର୍ତ୍ତି କରାଯାଇଛି।