Odisha Link
Bridging the Missing Links in Odisha

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ରାତିରେ ମଧ୍ୟ ବୁଲିପାରିବେ ନନ୍ଦନକାନନ

ଓଏଲ୍ ବ୍ୟୁରୋ: ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। ନାଇଟ ଆଉଟେଡ ଜୁ’ ହେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ରାତିରେ ମଧ୍ୟ ଦର୍ଶକ ମାନେ ପ୍ରାଣୀ ଉଦ୍ୟାନ ବୁଲିପାରିବେ।ଏହି ସମୟରେ ଦର୍ଶକଙ୍କୁ ବିଭିନ୍ନ ଜୀବଜନ୍ତୁ ସମ୍ପର୍କିତ ଚଳଚ୍ଚିତ୍ର ଦେଖାଯିବା, ରାତ୍ରୀଚର ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ମିଳିବ। ରାତ୍ରୀଚର ଜୀବଙ୍କୁ ଦେଖିବା ଲାଗି ନକ୍ଟରନାଲ ଡ୍ରିଲ ସଫାରୀ ବ୍ୟବସ୍ଥା ରହିବ ବୋଲି ସୂଚନା ରହିଛି। ତେବେ ଏନେଇ କୌଣସି ସ୍ପଷ୍ଟ ବିଜ୍ଞପ୍ତି ପ୍ରକାଶ ପାଇନାହିଁ।