Odisha Link
Bridging the Missing Links in Odisha

ଖୋର୍ଦ୍ଧା ଜିଲ୍ଲାର ହେବ ଉନ୍ନତି, ପ୍ରତିଶ୍ରୁତି ଦେଲେ ୫-ଟି ସଚିବ

ଓଏଲ୍‌ ବ୍ୟୁରୋ: ସବୁ ସମସ୍ୟାର ସମାଧାନ ନେଇ ୫-ଟି ସଚିବ ପ୍ରତିଶ୍ରୁତି ଦେଇଛନ୍ତି। ଖୋର୍ଦ୍ଧା-ଜଟଣୀ-ପିପିଲି ରାସ୍ତାରେ ୨୧ କୋଟି ଖର୍ଚ୍ଚ ହେବ। ଡେଲାଙ୍ଗ ରାସ୍ତା ପାଇଁ ୩୦କୋଟି। ଜଟଣୀ ଫ୍ଲାଏ ଓଭର ବ୍ରିଜ ଖୁବଶୀଘ୍ର ଉଦଘାଟନ ହେବ। ଜଟଣୀ ଖୋର୍ଦ୍ଧା ବେଗୁନିଆ ବ୍ଲକରେ ପିଇବା ପାଣି ପାଇଁ ୨୩୦କୋଟି ବରାଦ ହୋଇଛି। ଜଟଣୀରେ ମାର୍କେଟ କଂପ୍ଲେକ୍ସ ହେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନା ଅନୁସାରେ, ଖୋର୍ଦ୍ଧା ବେଗୁନିଆ ମିନି ଷ୍ଟାଡିୟମରେ ୫-ଟି ସଚିବ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଅଭିଯୋଗ ପତ୍ର ସହ ଲୋକଙ୍କ ସମସ୍ୟା ମଧ୍ୟ ଶୁଣିଛନ୍ତି। ଏହା ସହ ଚାଷୀଙ୍କ ଦରଖାସ୍ତକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି। ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ୭ ଦିନ ମଧ୍ୟରେ ଖୁସି ଖବର ଦିଆଯିବ ବୋଲି କହିଛନ୍ତି। ଏହା ପାଣି ଓ ଲୋ ଭୋଲଟେଜ ସମସ୍ୟା ଦୂର କରିବା ପାଇଁ ପ୍ରତିଶୃତି ଦେଇଛନ୍ତି।

ସୂଚନା ଅନୁସାରେ, କଲେଜ ସମ୍ପର୍କିତ ରହିଥିବା ସମସ୍ୟା ଭିତ୍ତିଭୂମି, ପାଠ ପଢ଼ାକୁ ନେଇ ହେଉଥିବା ସମସ୍ୟା ଏଭଳି ବିଭିନ୍ନ ପ୍ରସଙ୍ଗରେ ଫାଇଭ-ଟି ସଚିବଙ୍କ ପାଖରେ ପିଲା ତାଙ୍କ ଅଭିଯୋଗ ରଖିଥିଲେ। ଏନେଇ ବିଭିନ୍ନ କଲେଜର ଅଧ୍ୟକ୍ଷମାନଙ୍କର ବୈଠକ ହୋଇଥିଲା। ତେବେ ଜନତା ମଇଦାନରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ୫-ଟି ସଚିବ ଭେଟିବା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ଜାରି ରହିଥିବାବେଳେ ୫ ବର୍ଷ କଠିନ ପରିଶ୍ରମ କର ଆଗାମୀ ୫୦ ବର୍ଷ ଭଲ ଫଳ ମିଳିବ ବୋଲି ୫-ଟି ସଚିବ କହିଥିଲେ। ଶାରୀରିକ ଓ ମାନସିକ ଫିଟନେସ୍‌ ବଜାୟ ରଖିବାକୁ ଛାତ୍ରଛାତ୍ରୀଙ୍କୁ ଜନତା ମଇଦାନରେ ଫାଇଭ-ଟି ସଚିବ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.