Odisha Link
Bridging the Missing Links in Odisha

ଦେଶବାସୀଙ୍କ ମଧ୍ୟରେ ଉତ୍କଣ୍ଠାର ସୁଅ, ରୁପେଲି ଜହ୍ନ ଅଭିମୁଖେ ଚନ୍ଦ୍ରଯାନ-୩

ଓଏଲ୍‌ ବ୍ୟୁରୋ: ଗଡୁଛି ସମୟ ଆଉ ବଢୁଛି ହୃଦସ୍ପନ୍ଦନ। ସଫଳତାର ରୁପେଲି ଜହ୍ନ ଦେଖିବାକୁ ସାରା ଦେଶବାସୀ ଚାହିଁ ରହିଛନ୍ତି। ଇସ୍ରୋର ସଫଳ ଉତକ୍ଷେପଣ ଚନ୍ଦ୍ରଯାନ-୩କୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଇସ୍ରୋ କମାଣ୍ଡ ସେଣ୍ଟରର ଫଟୋ। ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ ବିଜ୍ଞାନ କେନ୍ଦ୍ରରେ ବୈଜ୍ଞାନିକ ପ୍ରସ୍ତୁତି ଥିବା ଦେଖିବାକୁ ମିଳିଛି। ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଅବତରଣ ପାଇଁ ଆଉ କିଛି ଘଣ୍ଟାର ଅପେକ୍ଷା ରହିଛି। ସ୍ୱୟଂଚାଳିତ ପ୍ରକ୍ରିୟାରେ ଅବତରଣ କରିବ ଲ୍ୟାଣ୍ଡର ବିକ୍ରମ। ଇସ୍ରୋ ମୁଖ୍ୟାଳୟରେ ବସି ବୈଜ୍ଞାନିକଙ୍କ ଟିମ୍ ଏହାକୁ ନିୟନ୍ତ୍ରଣ କରିବେ।

ଲ୍ୟାଣ୍ଡିଂ ବା ଅବତରଣର ଶେଷ ୧୫ରୁ ୧୭ ମିନିଟ୍ ଚନ୍ଦ୍ରଯାନ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଯାହାକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ’୧୫ ମିନିଟ୍ସ ଅଫ୍ ଟେରର’ କହିଛି। ତେବେ ଆଜି ସନ୍ଧ୍ୟାରେ ଥିବା ଅବତରଣ ପାଇଁ ସାରା ଦେଶବାସୀ ଆଗ୍ରହର ସହ ଚାହିଁ ରହିଛନ୍ତି। ଆଜି ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରଯାନ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।