Odisha Link
Bridging the Missing Links in Odisha

ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ, ବିଜ୍ଞପ୍ତିକୁ ନେଇ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ସଚିବ

ଓଏଲ୍‌ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ହେବେ। କନିଷ୍ଠ ଶିକ୍ଷକ ନିଯୁକ୍ତି ନିୟମାବଳୀରେ ସଂଶୋଧନ ହୋଇଛି। ଏନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଣିକି ଜିଲ୍ଲା ପରିଷଦ ଅଧିନରେ ରହିବ କନିଷ୍ଠ ଶିକ୍ଷକ ନିଯୁକ୍ତି। ଜିଲ୍ଲା ପରିଷଦ ସ୍ତରରେ ଏକ ଚୟନ କମିଟି ଗଠନ କରାଯିବ। ଏହାର ଅଧ୍ୟକ୍ଷ ରହିବେ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଳା ପ୍ରକଳ୍ପ ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରମୁଖ ରହିବେ। ଶିକ୍ଷକ ନିଯୁକ୍ତି ନେଇ ଗଣଶିକ୍ଷା ସଚିବ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୨୦ ହଜାର ଶିକ୍ଷକଙ୍କୁ ଯୋଜନାଭିତ୍ତିକ ନିଯୁକ୍ତି ଦିଆଯିବ। ୨୦୧୬ ଠାରୁ ଶିକ୍ଷକ ନିଯୁକ୍ତି ବନ୍ଦ ଥିଲା। ରେଗୁଲାର କରାଯିବ, କେଉଁ ପ୍ରକ୍ରିୟାରେ ହେବ ବିଜ୍ଞପ୍ତିରେ ଦେଇଛୁ। ଆବେଦନକାରୀ କେବଳ ଓସେପା ୱେବସାଇଟ୍‌ରୁ ତଥ୍ୟ ନିଅନ୍ତୁ ବୋଲି ଗଣଶିକ୍ଷା ସଚିବ କହିଛନ୍ତି।

ସୂଚନା ଅନୁସାରେ, ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରଥମିକ ସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। କନିଷ୍ଠ ଶିକ୍ଷକ ଯୋଜନାବଦ୍ଧ ନାଁରେ ପ୍ରଥମରୁ ଷଷ୍ଠ ଏବଂ ଷଷ୍ଠରୁ ଅଷ୍ଟମ ସ୍କୁଲ ଗୁଡ଼ିକରେ ସମଗ୍ର ଶିକ୍ଷା ଯୋଜନାରେ ଏହି ଶିକ୍ଷକମାନେ ନିଯୁକ୍ତି ପାଇବେ। ବିଭାଗର ଗାଇଡଲାଇନ ଅନୁସାରେ, ରାଜ୍ୟ ସରକାର ଏଲିମେଂଟାରୀ ଶିକ୍ଷା ପରିଚାଳନାକୁ ପର୍ଯ୍ୟାୟକ୍ରମେ ଜିଲ୍ଲା ପରିଷଦ ଓ ଅନ୍ୟ ପଂଚାୟତିରାଜ ଅନୁଷ୍ଠାନକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଣିକି ଜିଲ୍ଲା ପରିଷଦ ଅଧିନରେ କନିଷ୍ଠ ଶିକ୍ଷକ ନିଯୁକ୍ତିରହିବ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply

Your email address will not be published.