Odisha Link
Bridging the Missing Links in Odisha

ବିଶ୍ବକପ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟ: ଫାଇନାଲ ହାରି ବି ହୃଦୟ ଜିତିଲେ ଭାରତର ପ୍ରଜ୍ଞାନନ୍ଦ

ଓଏଲ୍‌ ବ୍ୟୁରୋ: ଫିଡେ ବିଶ୍ବକପ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ବିିଶ୍ବର ନମ୍ବର ୧ ଖେଳାଳି ମାଗ୍ନସ କାର୍ଲସେନଙ୍କ ବିଜୟ। ଫାଇନାଲ ମୁକାବିଲାରେ ମାଗ୍ନସଙ୍କୁ କଡ଼ା ଟକ୍କର ଦେଇ ଟ୍ରାଏ ବ୍ରେକ୍‌ରେ ହାରି ଯାଇଛନ୍ତି ୧୮ ବର୍ଷିୟ ଭାରତର ଆର ପ୍ରଜ୍ଞାନନ୍ଦ। କାର୍ଲସେନଙ୍କୁ ଟକ୍କର ଦେଇ ସମସ୍ତଙ୍କ ହୃଦୟ ଜିତିଛନ୍ତି।

ମଙ୍ଗଳବାରଠୁ ମାଗ୍ନସ କାର୍ଲସେନ ଓ ଆର ପ୍ରଜ୍ଞାନନ୍ଦଙ୍କ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯାଇଥିଲା।ପ୍ରଥମ ଦୁଇ କ୍ଲାସିକାଲ ଗେମ୍‌କୁ ଡ୍ର ରଖିବାରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌. ପ୍ରଜ୍ଞାନନ୍ଦ ସମର୍ଥ ହୋଇଥିଲେ। ଦୁଇଟି ଲଢ଼େଇ ଡ୍ର ରହିବାରୁ ଆଜି ଟ୍ରାଏ ବ୍ରେକରରେ ଫଳାଫଳ ନିର୍ଣ୍ଣୟ କରାଯାଇଥିଲା। ଟ୍ରାଏ ବ୍ରେକରରେ ପ୍ରଜ୍ଞାନନ୍ଦ ସାମାନ୍ୟ ପଛରେ ପଡ଼ି ଯାଇଥିଲେ। ଏହାର ଫାଇଦା ଉଠାଇ କାର୍ଲସେନ ବାକୁରେ ଖେଳା ଯାଉଥିବା ଫାଇନାଲରେ ବାଜି ମାରି ନେଇଛନ୍ତି।

ପ୍ରଜ୍ଞାନନ୍ଦ ରୌପ୍ୟ ପଦକ ହାସଲ କରିବା ସହ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟରେ ନିଜର ସ୍ଥାନ ପକ୍କା କରିଛନ୍ତି। ସେ ଦ୍ୱିତୀୟ ଭାରତୀୟ ଭାବେ ଏପରି ସଫଳତା ହାସଲ କରିଛନ୍ତି। ଚେନ୍ନାଇରେ ଜନ୍ମିତ ୧୮ ବର୍ଷୀୟ ପ୍ରଜ୍ଞାନନ୍ଦ ଫାଇନାଲ ମ୍ୟାଚ୍‌ ହାରି ଯାଇଛନ୍ତି ସତ, କିନ୍ତୁ ଭାରତୀୟ ଚେସ୍‌ ଇତିହାସରେ ସେ ନିଜର ଦବଦବା ଦେଖାଇବାକୁ ସକ୍ଷମ ହୋଇଛନ୍ତି। ବିଶ୍ୱନାଥ ଆନନ୍ଦଙ୍କ ପରେ ପ୍ରଜ୍ଞାନନ୍ଦ ଦ୍ୱିତୀୟ ଭାରତୀୟ ଭାବେ ବିଶ୍ୱକପ ଫାଇନାଲରେ ପ୍ରବେଶ କରିବାର ରେକର୍ଡ କରିଥିଲେ।

Leave A Reply

Your email address will not be published.