Odisha Link
Bridging the Missing Links in Odisha

ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’

ଓଏଲ୍‌ ବ୍ୟୁରୋ: ଘୋଷଣା ହେଲା ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ସର୍ଦ୍ଦାର ଉଦ୍ଦମ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ଘୋଷଣା କରାଯାଇଥିବା ବେଳେ ଅଲ୍ଲୁ ଅର୍ଜୁନ ପୁଷ୍ପା ପାଇଁ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି। ଆଲିଆ ଭଟ୍ଟ, କ୍ରିତି ସାନନ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେହିପରିି ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି।

ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପ୍ରତୀକ୍ଷା’ ଫିଲ୍ମକୁ ଜାତୀୟ ପୁରସ୍କାର ମିଳିଛି। ତାଙ୍କର ଏହା ପ୍ରଥମ ଫିଲ୍ମ। ପୁରସ୍କାର ଘୋଷଣା ହେବା ପରେ ଅନୁପମ ପଟ୍ଟନାୟକ କହିଛନ୍ତି, ଇତିହାସର ପୁନରାବୃତ୍ତି ହୋଇଛି । ବାପାଙ୍କ ପ୍ରଥମ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ମିଳିଥିଲା ମୋର ପ୍ରଥମ ଚଳଚ୍ଚିତ୍ରକୁ ମଧ୍ୟ ଜାତୀୟ ପୁରସ୍କାର ମିଳିଛି।

ଏହାସହ ଆରଆରଆରକୁ ଶ୍ରେଷ୍ଠ ଚଳଚିତ୍ର ମନୋନୀତ କରାଯାଇଛି। ରକେଟ୍ରି : ଦ ନମ୍ବି ଇଫେକ୍ଟକୁ ଶ୍ରେଷ୍ଠ ଫିଚର ଫିଲ୍ମ, ପୁଷ୍ପା ଓ ଆରଆରଆରକୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ, ଗଙ୍ଗୁବାଇ କାଠିଆୱାଡୀ ସିନେମା ପାଇଁ ଶ୍ରେଷ୍ଠ ମେକଅପ୍ ଆର୍ଟିଷ୍ଟ ପୁରସ୍କାର ଘୋଷଣା କରାଯାଇଛି।

Leave A Reply

Your email address will not be published.