Odisha Link
Bridging the Missing Links in Odisha

ପୁରୀରେ ଏନକାଉଣ୍ଟର: ପୁଲିସ ଗୁଳିରେ ଅପରାଧୀ ଆହତ

ପିନୁଠାରୁ ଗୋଟିଏ ବନ୍ଧୁକ ଓ ୨ଟି ଗୁଳି ପୁଲିସ ଜବତ କରିଛି।

ଓଏଲ୍‌ ବ୍ୟୁରୋ: ପୁରୀରେ ଏନକାଉଣ୍ଟର ହୋଇଥିବା ଖବର ସାମ୍ନାକୁ ଆସିଛି। ପୁଲିସ ଗୁଳିରେ ଅପରାଧୀ ପିନୁ ଆହତ ହୋଇଥିବା ଜଣା ପଡିଛି। ଲୋକନାଥ ମନ୍ଦିର ପଛ ଶଙ୍କରେଶ୍ୱର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି। ପିନୁର ବାମ ଗୋଡ଼ରେ ଗୁଳି ବାଜିଥିବାବେଳେ ଅପରାଧୀକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଦିନ ୩ଟା ୪୦ରେ ଏନକାଉଣ୍ଟର ହୋଇଥିଲା। ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିଲା ପିନୁ। ଜବାବରେ ପୁଲିସ ଗୁଳିମାଡ କରିଥିଲା। ଅପରାଧୀ ପିନୁର ବାମ ଗୋଡରେ ଗୁଳି ବାଜିଛି। ପିନୁ ନାଁରେ ୧୧ରୁ ଅଧିକ ଅପରାଧିକ ମାମଲା ରହିଛି। ପିନୁଠାରୁ ଗୋଟିଏ ବନ୍ଧୁକ ଓ ୨ଟି ଗୁଳି ପୁଲିସ ଜବତ କରିଛି।

Leave A Reply

Your email address will not be published.