Odisha Link
Bridging the Missing Links in Odisha

ବ୍ରହ୍ମପୁରରେ ବିଧାୟକଙ୍କୁ ବିରୋଧ, ମୁଖ୍ୟମନ୍ତ୍ରୀଙ୍କୁ ମେଲ୍ କଲେ ପ୍ରଦୀପ ପାଣିଗ୍ରାହୀ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ଆଗାମୀ ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଛନ୍ତି। ଏହାରି ମଧ୍ୟରେ ସରଗରମ ହୋଇଉଠିଛି ଗଂଜାମ ସହର। ଖୋର୍ଦ୍ଧା ପରେ ଆଜିଠୁ ୩ ଦିନିଆ ଗଞ୍ଜାମ ଗସ୍ତରେ ୫-ଟି ସଚିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି।

ଏହି ସମୟରେ ସରକାରଙ୍କୁ ଖୋଲା ଚ୍ୟାଲେଂଜ ଦେଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗଂଜାମରେ ଆୟୋଜିତ ୫-ଟି ସଚିବଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ବାଟରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜୁ ଜନତା ଦଳର କର୍ମୀ ବିରୋଧ କରିଥିବା ଦେଖିବାକୁ ମିଳିଛି। ଏହା ସହ ବିଧାୟକଙ୍କ ଗାଡିକୁ ଅଣ୍ଡାମାଡ ହୋଇଥିବା ଦେଖିବାକୁ ମିଳିଛି। ଏହା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ମେଲ ଯୋଗେ ବାର୍ତ୍ତା ଦେଇଥିବା ସୂଚନା ରହିଛି।

ସୂଚନା ଅନୁସାରେ, ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଥିଲେ, ମୋ ନିର୍ବାଚନମଣ୍ଡଳୀକୁ ମୋତେ କିଏ ରୋକିବ ଦେଖିବି। ଆଜି ମୋ ଉପରେ କିଛି ଆକ୍ରମଣ ହେଲେ ଦାୟୀ ରହିବେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି। ତାହା ପରେ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଥିଲା।

Leave A Reply

Your email address will not be published.