Odisha Link
Bridging the Missing Links in Odisha

ଯାଜପୁର ଗସ୍ତରେ ୫-ଟି ସଚିବ, ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

ମିଶନ ଶକ୍ତି ମା’ମାନଙ୍କୁ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ସଚେତନ କରାଇଛନ୍ତି।

ଓଏଲ୍‌ ବ୍ୟୁରୋ: ଆଜିଠାରୁ ୩ ଦିନିଆ ଯାଜପୁର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ। ଆଜି ଗସ୍ତର ପ୍ରଥମ ଦିନରେ ଫାଇଭ-ଟି ସଚିବ କୋରାଇ ନିର୍ବାଚନମଣ୍ଡଳୀର ଚାନ୍ଦମା ଖେଳ ପଡ଼ିଆରେ ଆୟୋଜିତ ମିଶନ ଶକ୍ତି ସଭାରେ ଯୋଗଦେଇଥିଲେ।‌ ୫-ଟି ସଚିବ ମିଶନ ଶକ୍ତି ମହିଳାଙ୍କ ସମସ୍ୟା ଶୁଣିବା ସହ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ସୁବିଧା ସୁଯୋଗ ସମ୍ପର୍କରେ ମିଶନ ଶକ୍ତି ମା’ମାନଙ୍କୁ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ସଚେତନ କରାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମିଶନ ଶକ୍ତି ବ୍ଲକ ଫେଡେରେସନ ଗୁଡ଼ିକୁ ଖୁବଶୀଘ୍ର ଗାଡ଼ି ଯୋଗାଇ ଦିଆଯିବ। ଯାଜପୁର ଜିଲ୍ଲାରେ ମିଶନ ଶକ୍ତି ମାଆମାନଙ୍କୁ ୫୪୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି। କେବଳ ୨୦୨୦-୨୧ ବର୍ଷରେ ଯୋଗାଇ ଦିଆଯାଇଛି ୧୮୦ କୋଟି ଟଙ୍କା ଋଣ। ଏହା ସହ ୫-ଟି ସଚିବ କହିଛନ୍ତି, ପିଲାର ଉନ୍ନତି ହେଲେ ଓଡ଼ିଶାର ଉନ୍ନତି ହେବ।

ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ୩ଟି ନୂଆ ନିଷ୍ପତ୍ତି ନେଇଛନ୍ତି। ଏମବିକେ ଓ ସିଆରପିଙ୍କ ଦରମା ବଢିବ। ୧୦୦ ପ୍ରତିଶତ ଦରମା ସରକାର ବହନ କରିବେ। ମହିଳାଙ୍କ ପାଇଁ ୧୮୦ ଦିନ ପାଇଁ ମାତୃତ୍ବକାଳୀନ ଛୁଟି ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ୬ ମାସ କାମ ନକରି ଦରମା ପାଇବେ। ସେହିପରି ପରିଚୟ ପାଇଁ ସମସ୍ତ ଙ୍କୁ ସ୍ମାର୍ଟ ଆଇଡି କାର୍ଡ ଦିଆଯିବ। ଦେଶରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଏଭଳି ସୁବିଧା ଦେଉଛନ୍ତି।

Leave A Reply

Your email address will not be published.