Odisha Link
Bridging the Missing Links in Odisha

ଆଗକୁ ସାଧାରଣ ନିର୍ବାଚନ: ଓଡ଼ିଶା ଆସିବେ ଇସିଆଇ ଅଧିକାରୀ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ଆଗାମୀ ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଛି। ଏହାରି ମଧ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଥିବାବେଳେ ଇସିଆଇ ଅଧିକାରୀ ଓଡିଶା ଆସିବା ଖବର ଚର୍ଚ୍ଚା ବଢ଼ାଇ ଦେଇଛି।

ସୂଚନା ଅନୁସାରେ, ଆସନ୍ତା ୧୩ ତାରିଖରେ ଇସିଆଇ ଅଧିକାରୀ ଓଡ଼ିଶା ଆସିବେ। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ନିର୍ବାଚନ ସଂପର୍କୀତ ସମୀକ୍ଷା କରିବେ। ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଆବଶ୍ୟକ ଇଭିଏମ୍ ଓ ୯ଟି ଜିଲ୍ଲା ପାଇଁ ଭିଭିପାଟ୍‌ ପହଞ୍ଚି ସାରିଛି। ଅକ୍ଟୋବରରେ ସବୁ ଇଭିଏମ୍‌ ଓ ଭିଭିପାଟ୍‌ ଯାଞ୍ଚ ହେବ, ଏହା ଏକ ପ୍ରକ୍ରିୟା। ଆଗୁଆ ନିର୍ବାଚନ ନେଇ ଏହାର କୌଣସି ସଂପର୍କ ନଥିବା ସିଇଓ କହିଛନ୍ତି।