Odisha Link
Bridging the Missing Links in Odisha

ଆଜିଠୁ ରାଜଧାନୀରୁ ଉତ୍କେଲାକୁ ଯାତାୟାତ ହେବ ସହଜ, ବିମାନ ଉଡ଼ାଣର ହେଲା ଶୁଭାରମ୍ଭ

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରୁ ଉତ୍କେଲାକୁ ଯାତାୟାତ ସହଜ ହେବ। ଆଜିଠୁ ଉତ୍କେଲାକୁ ନିୟମିତ ଉଡ଼ିବ ବିମାନ। ଇଣ୍ଡିଆ ୱାନ ଏୟାରଲାଇନ୍ସ ୯ ସିଟ୍‌ ବିଶିଷ୍ଟ ବିମାନ ଚଳାଇବ। ପ୍ରାରମ୍ଭିକ ଭାବେ ବିମାନ ଟିକେଟ୍‌ ଦାମ୍ ୯୯୯ ଟଙ୍କା ସ୍ଥିର ହୋଇଛି। ପ୍ରତିଦିନ ସକାଳ ୭ଟା ୧୫ରେ ଭୁବନେଶ୍ୱର ଛାଡ଼ି ୮ଟା ୨୫ରେ ପହଞ୍ଚିବ। ପୁଣି ୮ଟା ୫୦ରେ ଉତ୍କେଲା ଛାଡ଼ି ୧୦ଟାରେ ଭୁବନେଶ୍ୱର ପହଞ୍ଚିବା ନେଇ ସ୍ଥିର କରାଯାଇଛି।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲାର ଉତକେଲା ବିମାନବନ୍ଦରରୁ ବିମାନ ଚଳାଚଳ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୦ଟା ୩୫ ମିନିଟରେ ଉତକେଲା ବିମାନ ବନ୍ଦରରୁ ପ୍ରଥମ ବିମାନ ଭୁବନେଶ୍ୱରକୁ ଯାତ୍ରା କରିଛି। ଏହାକୁ ଭର୍ଚୁଆଲରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ଉଦଘାଟନ କରିଛନ୍ତି।

Leave A Reply

Your email address will not be published.