Odisha Link
Bridging the Missing Links in Odisha

ଆଉ ଦିନକ ପରେ ଇସ୍ରୋର ମିଶନ୍ ସନ୍, ଆଦିତ୍ୟ ଏଲ-୧ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ଇସ୍ରୋର ମିଶନ୍ ସନ୍ ବା ସୂର୍ଯ୍ୟ ଯାତ୍ରା ଆରମ୍ଭ ହେବ। ଆଦିତ୍ୟ-ଏଲ-୧ ମିଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭାରତର ପ୍ରଥମ ‘ସୂର୍ଯ୍ୟ’ ଯାତ୍ରା ରକେଟ୍ ପିଏସ୍ଏଲଭି-ସି-୫୭ ଉତକ୍ଷେତଣସ୍ଥଳରେ ପହଞ୍ଚି ସାରିଛି।ମହାକାଶରେ ରହି ଆଦିତ୍ୟ ଏଲ୍-୧ ସୂର୍ଯ୍ୟ ଉପରେ ତଥ୍ୟ ଯୋଗାଇବ। ତେବେ ଏନେଇ ଟ୍ୱିଟ ଯୋଗେ ଇସ୍ରୋ ପକ୍ଷରୁ ସୂଚନା ଦେଇଛନ୍ତି।

ସଫଳ ଚନ୍ଦ୍ରଯାତ୍ରା ପରେ ଖୁବଶୀଘ୍ର ସୂର୍ଯ୍ୟ ଅଭିଯାନ କରିବାକୁ ଯାଉଛି ଭାରତ। ଏହି ପରିପ୍ରେକ୍ଷୀରେ ଖୁବଶୀଘ୍ର ଏକ ମହାକାଶ ଯାନ ସୂର୍ଯ୍ୟ ଅଭିମୁଖେ ପଠାଇବ ଇସ୍ରୋ। ଗୁରୁବାର ଉତକ୍ଷେପଣର ସମସ୍ତ ରିହର୍ସଲ ଶେଷ ହୋଇଛି। ରକେଟର ସମସ୍ତ ଇଂଟେରିୟର ଯାଞ୍ଚ ମଧ୍ୟ କରାଯାଇଛି। ୨୦୨୩ ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୧୧ଟା ୫୦ ମିନିଟରେ ଏହାର ଉତକ୍ଷେପଣ କରାଯିବ।

ସୂଚନା ଅନୁସାରେ, ଚନ୍ଦ୍ର ପରେ ଏବେ ସୂର୍ଯ୍ୟମୁହାଁ ଇସ୍ରୋ। ଇସ୍ରୋର ସବୁଠାରୁ ଭରସାଯୋଗ୍ୟ ରକେଟ୍ ପିଏସଏଲଭି-ସି-୫୭ କୁ ପୃଥିବୀର ନିମ୍ନ କକ୍ଷପଥରେ ଉତକ୍ଷେପଣ କରାଯିବ। ଏହା ପରେ ତିନି କିମ୍ବା ଚାରିଟି କକ୍ଷପଥକୁ ସିଧାସଳଖ ସ୍ଫେୟାର ଅଫ୍ ଇନଫ୍ଲୁଏନ୍ସରୁ ବାହାରକୁ ଅଣାଯିବ। ତା’ପରେ କ୍ରୁଜ୍ ଫେଜ୍ ଆରମ୍ଭ ହେବ। ଆଦିତ୍ୟ ଏଲ-୧ ପାଖରେ ସୂର୍ଯ୍ୟଙ୍କ ଉପରେ ତଥ୍ୟ ସଂଗ୍ରହ କରିବାକୁ ୭ଟି ପେଲୋଡ୍ସ ଲାଗିଛି। ଏହା ମଧ୍ୟରେ ରହିଛି ପାପା। ୭ ପେଲୋଡ୍ସ ଏକାଠି ସୂର୍ଯ୍ୟଙ୍କ ଉପରେ ସର୍ବେକ୍ଷଣ କରିବେ।

ଇସ୍ରୋ ଦ୍ୱାରା ପ୍ରସ୍ତୁତ ଆଦିତ୍ୟ ଏଲ-୧ ସୂର୍ଯ୍ୟଙ୍କର ଏଚଡି ଫଟୋ ଉତ୍ତୋଳନ କରିବ। ଏହାକୁ ପିଏସଏଲଭି ରେକେଟରୁ ଲଞ୍ଚ କରାଯିବ। ଏହି ପେଲୋଡରେ ସଂଲଗ୍ନ କ୍ୟାମେରା ସୂର୍ଯ୍ୟଙ୍କର ହାଇ ରେଜୋଲ୍ୟୁସନ୍ ଫଟୋ ନେବ। ଏଥିରେ ସଂଲଗ୍ନ ‘ପାପା’ ପେଲୋଡ୍ସ ସୂର୍ଯ୍ୟଙ୍କ ଉତ୍ତପ୍ତ ଗ୍ୟାସରେ ଥିବା ଇଲେକ୍ଟ୍ରନ୍ସ ଓ ଭାରୀ ଆୟନର ଉପରେ ତଥ୍ୟ ସଂଗ୍ରହ କରିବ। ଏହି ଗ୍ୟାସ କେତେ ଉତ୍ତପ୍ତ , ଆୟନର ଓଜନ କେତେ ଏସବୁ ଅନୁଧ୍ୟାନ କରିବ।

Leave A Reply

Your email address will not be published.