Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ, ଯୁବକଙ୍କୁ ଟାଣିନେଲା କୁମ୍ଭୀର

ଗ୍ରାମବାସୀ ଖୋଜାଖୋଜି ଆରମ୍ଭ କରିଛନ୍ତି।

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ। ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଥିବା ସୂଚନା ରହିଛି। ଘଟଣାସ୍ଥଳରେ ଗ୍ରାମବାସୀ ଖୋଜାଖୋଜି ଆରମ୍ଭ କରିଛନ୍ତି। ବାରମ୍ବାର ଏଭଳି କୁମ୍ଭୀର ଆକ୍ରମଣ କାରଣରୁ ଗ୍ରାମବାସୀଙ୍କ ମନରେ ଭୟର ବାତ୍ତାବରଣ ସୃଷ୍ଟି କରିଛି।

ସୂଚନା ଅନୁସାରେ, ପୂର୍ବରୁ ଘାଗରା ପଞ୍ଚାୟତ ଘାଗରଡ଼ିଆ ଗାଁ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣିନେଇଥିବାର ଖବର ମିଳିଥିଲା। ଜଣେ ବୃଦ୍ଧ ବ୍ରାହ୍ମଣୀ ନଦୀରେ ଶୌଚ ପାଇଁ ଯାଇଥିଲେ। ସେ ଶୌଚ ସାରି ନଦୀ ଉପରକୁ ଆସିବା ବେଳେ ହଠାତ୍ ତାଙ୍କୁ କୁମ୍ଭୀର ଟାଣିନେଇଥିଲା।

Leave A Reply

Your email address will not be published.