Odisha Link
Bridging the Missing Links in Odisha

ବ୍ୟାଟିଂ ବିପର୍ଯ୍ୟୟ: ୨୬୬ରେ ଟିମ୍‌ ଇଣ୍ଡିଆ ଅଲ୍‌ଆଉଟ୍

ଓଏଲ୍‌ ବ୍ୟୁରୋ: ଏସିଆ କପ୍‌ ୨୦୨୩ର ପ୍ରଥମ ମୁକାବିଲା ଖେଳୁଥିବା ଟିମ୍‌ ଇଣ୍ଡିଆ ଅଲ୍‌ଆଉଟ୍। ପାକିସ୍ତାନ ବିପକ୍ଷ ମୁକାବିଲାରେ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୮ ଓଭର ୫ ବଲ ଖେଳି ଅଲଆଉଟ୍‌ ହୋଇଛି। ପାଣ୍ଡ୍ୟାଙ୍କ ୮୭ ଓ ଇଶାନ କିଶନଙ୍କ ୮୨ ରନ ବଳରେ ଟିମ ଇଣ୍ଡିଆ ୪୮.୫ ଓଭରରେ ସମସ୍ତ ୱିକେଟ ହରାଇ ୨୬୬ ରନ କରିବାକୁ ସକ୍ଷମ ହୋଇଛି। ଯାହାଫଳରେ ପାକିସ୍ତାନ ଆଗରେ ୨୬୭ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ।

ଶ୍ରୀଲଙ୍କାର କ୍ୟାଣ୍ଡୀରେ ଖେଳା ଯାଉଥିବା ଆଜିର ହାଇଭୋଲଟେଜ ମ୍ୟାଚ୍‌ରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଏହା ଦଳ ପାଇଁ ଏହା ବୁମେରାଂ ହୋଇଥିଲା। ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପାକିସ୍ତାନ ପକ୍ଷରୁ ଆଫ୍ରିଦି ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ନଶୀମ ଶାହ ଓ ହରିଶ ରୌଫ ୩ଟି ଲେଖାଏ ସଫଳତା ପାଇଛନ୍ତି।

Leave A Reply

Your email address will not be published.