Odisha Link
Bridging the Missing Links in Odisha

ବାହାନଗା ରେଳ ଦୁର୍ଘଟଣା: ଚାର୍ଜସିଟ୍‌ ଦାଖଲ କଲା ସିବିଆଇ

ଓଏଲ୍‌ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ମାମଲାରେ ଏବେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି। ସିବିଆଇ ତରଫରୁ ଗିରଫ ହୋଇଥିବା ରେଳ ବିଭାଗର ୩ଜଣ କର୍ମଚାରୀଙ୍କ ନାମରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି। ସିବିଆଇ ତରଫରୁ ରେଳ ବିଭାଗର କର୍ମଚାରୀ ଅରୁଣ କୁମାର ମହାନ୍ତ, ଅମୀର ଖାନ ଓ ପପୁ କୁମାରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି।

ଆଇପିସି ଦଫା ୩୦୪(୨), ୩୪ରେ ଓ ୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ଏହି ଚାର୍ଜସିଟ୍ ଦାଖଲ କରିଛି ସିବିଆଇ।ରେଳ ବିଭାଗର ଏହି ତିନି ଅଧିକାରୀଙ୍କୁ ସିବିଆଇ ଗତ ଜୁଲାଇ ୭ ତାରିଖରେ ଗିରଫ କରିଥିଲା। ସେମାନେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

ସୂଚନାଥାଉକି, ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା ଗତ ଜୁନ୍ ୨ ତାରିଖରେ ଘଟିଥିଲା। ଏଥିରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.