Odisha Link
Bridging the Missing Links in Odisha

ଓଏସ୍ଏସସି ପ୍ରଶ୍ନପତ୍ର ଲିକ୍‌ ମାମଲା: କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଓଏଲ୍‌ ବ୍ୟୁରୋ: ଓଏସ୍ଏସସି ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ମାମଲାକୁ ଅନେକ ଚର୍ଚ୍ଚା ହେଉଥିବାବେଳେ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଜଣେ ଡିଆଇଜି ସ୍ତରୀୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଲକାତାର ଘରୋଇ ପ୍ରେସ୍‌ରେ ପ୍ରଶ୍ନପତ୍ର ଛପାଯିବା ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ୫୬ ପରୀକ୍ଷାର୍ଥୀଙ୍କ ସଂପର୍କରେ ବି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି। ଏହି ମାମଲାରେ ୫୬ ଆଶାୟୀ ପ୍ରାର୍ଥୀ ପରୀକ୍ଷା ଦେଇପାରିବେ ହାଇକୋର୍ଟ କହିଛନ୍ତି। ୫୬ ଆଶାୟୀ ପ୍ରାର୍ଥୀ ପରୀକ୍ଷା ଦେଇପାରିବେ ହେଲେ ନିଯୁକ୍ତି ମୂଳ ମାମଲା ରାୟ ଉପରେ ନିର୍ଭର କରେ ହାଇକୋର୍ଟ ଶୁଣାଣି କରି କହିଛନ୍ତି।

ସୂଚନା ଅନୁସାରେ, ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ ଆଉ ୮ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତ ଜୁଲାଇ ୧୬ ତାରିଖରେ ୯ ଅଭିଯୁକ୍ତ ପଶ୍ଚିମବଙ୍ଗ ଦୀଘାରୁ ଗିରଫ ହୋଇଥିଲେ। ପରେ ଏହି ଘଟଣାରେ ସମ୍ପୃକ୍ତ ଆହୁରି ଅଭିଯୁକ୍ତ ଗିରଫ କରାଯାଇ ଥିବାବେଳେ ଗିରଫ ହୋଇଥିବା ୮ ଜଣଙ୍କୁ ମିଶାଇ ଗିରଫଦାରୀ ସଂଖ୍ୟା ୨୫ରେ ପହଂଚିଛି।

Leave A Reply

Your email address will not be published.