Odisha Link
Bridging the Missing Links in Odisha

ତାତିରୁ ତ୍ରାହି, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି

ଓଏଲ୍ ବ୍ୟୁରୋ: ତାତିରୁ ମିଳିଲା ତ୍ରାହି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ଅନୂଭତ ହୋଇଛି। ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ ପାଣି ଜମିଥିବା ଦେଖିବାକୁ ମିଳିଛି। ରାଜଧାନୀରେ ଅଚାନକ ବର୍ଷା ହେବାରୁ ବିଭିନ୍ନ ସ୍ଥାନରେ ଟ୍ରାଫିକ ଜନିତ ସମସ୍ୟା ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ରାଜ୍ୟରେ ମୌସୁମୀ ଦୁର୍ବଳ ହେତୁ ତାତି ଅନୁଭୁତ ହେଉଥିଲା। ମଧ୍ୟାହ୍ନ ପରେ ରାଜଧାନୀ ଭୁବେଶ୍ବରଠାରେ ବର୍ଷା ହେତୁ ଏକ ପ୍ରକାର ଥଣ୍ଡା ଅନୁଭୂତ ହେଉଛି। ଆସନ୍ତା ୩ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ପରବର୍ତୀ ୪୮ଘଣ୍ଟା ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Leave A Reply

Your email address will not be published.