Odisha Link
Bridging the Missing Links in Odisha

ସହରରେ ଟ୍ରାଫିକ ଚିନ୍ତା, ସନ୍ଧ୍ୟାରେ ଭାରିଯାନକୁ ମନା

ଓଏଲ୍‌ ବ୍ୟୁରୋ: ସାଧାରଣତଃ କଟକ ଭୁବନେଶ୍ୱର ରାସ୍ତାରେ ଯିବା ଆସିବା କରିବା ସମୟରେ ଟ୍ରାଫିକ ଜନିତ ସମସ୍ୟା ଦେଖାଦେଇଥାଏ, କିନ୍ତୁ ସନ୍ଧ୍ୟାରେ ଅତ୍ୟଧିକ ଭିଡ଼ ଚିନ୍ତାର ବିଷୟ ପାଲଟିଛି। ସଧ୍ୟାରେ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ଯାଇ କମିଶନରେଟ ପୁଲିସ ନୂଆ ନିୟମ ଜାରି କରିଛି। ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ସାଢ଼େ ୭ଟା ଯାଏଁ କଟକ ଓ ଭୁବନେଶ୍ୱର ସହର ଭିତରକୁ ପ୍ରବେଶ କରିପାରିବ ନାହିଁ ମାଲବାହୀ ଟ୍ରକ ତଥା ଭାରିଯାନ। ସଂଧ୍ୟା ହେଲେ କଟକ ଓ ଭୁବନେଶ୍ୱରରେ ପ୍ରବଳ ଭିଡ ହେଉଛି। ଯାହାକୁ ନେଇ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଅଣାୟତ ହୋଇପଡୁଛି। ଏବେ ଏହାକୁ ନଜରରେ ରଖି କମିଶନରେଟ ପୁଲିସ ଏପରି ଏକ ନିଷ୍ପତ୍ତି ନେଇଛି।

ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, ସନ୍ଧ୍ୟା ୫ଟାରୁ ସାଢ଼େ ୭ଟା ଯାଏ ଭାରିଯାନକୁ ବାରଣ କରାଯାଇଛି।ଭିଡ଼କୁ ଦୃଷ୍ଟିରେ ରଖି ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ଯାଏ କଟକଣା ଜାରି ହୋଇଛି। ପିତାପଲ୍ଲୀ ଛକ ପଟୁ ଭୁବନେଶ୍ବର, ମଙ୍ଗୁଳିରୁ କଟକ ସହରକୁ ବାରଣ ହୋଇଛି। ୬ ଚକିଆ ଯାନ ବା ତତୁର୍ଦ୍ଧ୍ବ ଭାରିଯାନ ପାଇଁ କଟକଣା ଲଗାଯାଇଛି।ତେବେ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ମାଲବାହୀ ଗାଡ଼ିଗୁଡ଼ିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି।

Leave A Reply

Your email address will not be published.