Odisha Link
Bridging the Missing Links in Odisha

ଖେଳାଳିଙ୍କ ଜର୍ସିରେ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ଲେଖିବାକୁ ଅପିଲ୍‌ କଲେ ସେହୱାଗ

ଓଏଲ୍‌ ବ୍ୟୁରୋ: ବିଶ୍ୱକପ୍‌ କପ୍ ଟୁର୍ଣ୍ଣାମେଣ୍ଟ ପାଇଁ ଉତ୍ସାହ ବଢୁଥିବା ବେଳେ ଦିନିକିଆ ବିଶ୍ୱକପକୁ ଅପେକ୍ଷା କରିଛନ୍ତି କ୍ରିକେଟପ୍ରେମୀ। ତେବେ ବିଶ୍ୱକପ କ୍ରିକେଟ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି। ଏହା ପରେ ବିସିସିଆଇକୁ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ଏକ ଅପିଲ କରିଛନ୍ତି। ଖେଳାଳିଙ୍କ ଜର୍ସିରେ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ଲେଖିବାକୁ ଅପିଲ୍‌ କରିଛନ୍ତି।

ଆଗାମୀ ବିଶ୍ୱକପ୍‌ରେ ଜର୍ସିରେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯାଉ ବୋଲି ସେ କହିଛନ୍ତି। ଇଣ୍ଡିଆ ନାଁ ଇଂରେଜମାନେ ଦେଇଛନ୍ତି, ଏବେ ଭାରତ ରଖାଯାଉ। ଭାରତ ନାଁ ରଖାଗଲେ ଗର୍ବ ଅନୁଭବ ହେବ। ଆମେ ଭାରତୀୟ, ଆମକୁ ଭାରତ ନାଁ ଦରକାର ବୋଲି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ କହିଛନ୍ତି।

ଅନ୍ୟପଟେ, ଜି-୨୦ ସମ୍ମିଳନୀ ପାଇଁ ଚଳଚଂଚଳ ସାରା ଦେଶ। ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଜି-୨୦ ଅବସରରେ ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତିଙ୍କ ପକ୍ଷରୁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି। ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍ ‘ଇଣ୍ଡିଆ’ ସ୍ଥାନରେ ପ୍ରେସିଡେଣ୍ଟ ଅଫ୍’ଭାରତ’ ଲେଖାଅଛି। ତେବେ ଏହା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି।

ବିରୋଧୀ କହିଛନ୍ତି, ବିରୋଧୀ ଦଳଙ୍କ ମେଣ୍ଟର ନାମ ଇଣ୍ଡିଆ ରଖାଯିବା ପରେ ଡରିଯାଇଛନ୍ତି ମୋଦୀ ସରକାର। ତେଣୁ ଇଣ୍ଡିଆ ବଦଳରେ ଏବେ ଭାରତ ଲେଖିବା ଆରମ୍ଭ କରିଛନ୍ତି। ତେବେ କୁହାଯାଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଆଣିପାରନ୍ତି ମୋଦୀ ସରକାର। ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ବିନା ଏହା ବଦଳାଯାଇପାରିବନି ବୋଲି ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.