Odisha Link
Bridging the Missing Links in Odisha

ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗୁରୁଦିବସ ପାଳିତ

ଓଏଲ୍‌ ବ୍ୟୁରୋ: “ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର। ଗୁରୁସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ।” ଗୁରୁ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଆଣି ଜ୍ଞାନ ରୂପକ ଆଲୋକ ଦେଖାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି। ଯାହାଙ୍କ ଜ୍ଞାନରେ ମଣିଷ ଏକ ଦିଗଦର୍ଶନ ପାଇଥାଏ। ତେବେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ସେହି ଗୁରୁ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ଉଦ୍ଦେଶ୍ୟରେ ଗୁରୁଦିବସ ପାଳନ କରାଯାଏ।

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତୀ ମାନେ ଗୁରୁଦିବସ ପାଳନ କରିଛନ୍ତି। ଏହି ପବିତ୍ର ଦିନରେ ବିଜୁ ଛାତ୍ର ଜନତା ଦଳର ଛାତ୍ରଛାତ୍ରୀଗଣ ଏକାଠି ହୋଇ ପାରମ୍ପରିକ ଢଙ୍ଗରେ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ପୂଜା କରିଥିଲେ। ଗୁରୁ ବନ୍ଦନା କରି, ସିନ୍ଦୂର, ଚନ୍ଦନ ଦେଇ ଗୁରୁଙ୍କ ଚରଣ ସ୍ପର୍ଶ କରି ଆର୍ଶୀବାଦ ନେଇଥିଲେ। ହେଲେ ଏବର୍ଷ ଏକ ଅଭିନବ ପ୍ରଣାଳୀରେ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ବୃକ୍ଷ ଚାରା ଦେଇ ଗୁରୁ ପୂଜନ କରିଥିଲେ। ପ୍ରାଚୀନ କାଳରୁ ହିଁ ଗୁରୁ ସମାଜର ତଥା ଶିଷ୍ୟ ମାନଙ୍କର ମଙ୍ଗଳ କାମନା କରିଥାନ୍ତି।

ସୁସ୍ଥ ସମାଜ ହେଉ ବା ଭଲ ମଣିଷ ଟିଏ ଗଢିବାରେ ଗୁରୁ ହିଁ ପ୍ରମୁଖ ଅଙ୍ଗ ସାଜିଛନ୍ତି। ତେବେ ଗୁରୁଙ୍କ ବାର୍ତ୍ତାକୁ ଧ୍ୟାନରେ ରଖି ଭବିଷ୍ୟତରେ ସମାଜର କଲ୍ୟାଣ କରିବା ଛାତ୍ରଛାତ୍ରୀଙ୍କ କର୍ତ୍ତବ୍ୟ ବୋଲି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କୁହାଯାଇଛି। ଗୁରୁଙ୍କ ପ୍ରଦତ୍ତ ଉତ୍ସାହ ଶିଷ୍ୟ ମାନଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ ଏବଂ ଗୁରୁଙ୍କ ଆର୍ଶୀବାଦରେ ସଫଳତା ର ଶୀର୍ଷରେ ପହଞ୍ଚିବେ ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି।

Leave A Reply

Your email address will not be published.