Odisha Link
Bridging the Missing Links in Odisha

‘ଇଣ୍ଡିଆ’ ନୁହେଁ ‘ଭାରତ’ର ରାଷ୍ଟ୍ରପତି ରାତ୍ର ଭୋଜନ ପାଇଁ ଜି-୨୦ ଅତିଥିଙ୍କୁ କଲେ ନିମନ୍ତ୍ରଣ

ଓଏଲ୍‌ ବ୍ୟୁରୋ: ଜି-୨୦ ସମ୍ମିଳନୀ ପାଇଁ ଚଳଚଂଚଳ ସାରା ଦେଶ। ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଜି-୨୦ ଅବସରରେ ରାତ୍ର ଭୋଜନ ପାଇଁ ରାଷ୍ଟ୍ରପତିଙ୍କ ପକ୍ଷରୁ ସମସ୍ତ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍ ‘ଇଣ୍ଡିଆ’ ସ୍ଥାନରେ ପ୍ରେସିଡେଣ୍ଟ ଅଫ୍’ଭାରତ’ ଲେଖାଅଛି। ତେବେ ଏହା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି।

ଅନ୍ୟପଟେ, ବିରୋଧୀ କହିଛନ୍ତି, ବିରୋଧୀ ଦଳଙ୍କ ମେଣ୍ଟର ନାମ ଇଣ୍ଡିଆ ରଖାଯିବା ପରେ ଡରିଯାଇଛନ୍ତି ମୋଦୀ ସରକାର। ତେଣୁ ଇଣ୍ଡିଆ ବଦଳରେ ଏବେ ଭାରତ ଲେଖିବା ଆରମ୍ଭ କରିଛନ୍ତି। ତେବେ କୁହାଯାଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଆଣିପାରନ୍ତି ମୋଦୀ ସରକାର। ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ବିନା ଏହା ବଦଳାଯାଇପାରିବନି ବୋଲି ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.