Odisha Link
Bridging the Missing Links in Odisha

ଜାଲ୍ ପ୍ରମାଣପତ୍ର ପଡ଼ିଲା ମହଙ୍ଗା, ଚାକିରିରୁ ବହିଷ୍କାର ହେଲେ ଅଧୀକ୍ଷଣ ଯନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରିବା ପଡ଼ିଲା ମହଙ୍ଗା। ପାରାଦୀପ ବନ୍ଦରର ଜଣେ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚାକିରିରୁ ବହିଷ୍କାର କରାଜିରେଥିବା ଖବର ସାମ୍ନାକୁ ଆସିଛି। ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ ବିନ୍ଧାଣୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ସୂଚନା ଅନୁସାରେ, ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ ବିନ୍ଧାଣୀ ଜାଲ୍ ଜାତିଗତ ପ୍ରମାଣପତ୍ର ଦେଖାଇ ଚାକିରୀ କରିଥିବା ଅଭିଯୋଗ ହୋଇଥିଲା। ଏସଏଲଏସସିଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦର କର୍ତ୍ତୃପକ୍ଷ ତାଙ୍କ ଚାକିରୀରୁ ବହିଷ୍କାର କରିଛନ୍ତି। ୧୯୯୧ରେ ସହକାରୀ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ ପ୍ରମୋଦ। ୨୦୨୧ରେ ଜାଲ୍ ଜାତି ପ୍ରମାଣପତ୍ର ଦେଇଥିବା ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗ କ୍ରମେ କଡ଼ା କାର୍ୟନୁଷ୍ଠାନ ଗ୍ରହଣ କରାଯାଇଛି।

Leave A Reply

Your email address will not be published.