Odisha Link
Bridging the Missing Links in Odisha

ଆଜି ‘ଏକ ଦେଶ, ଏକ ନିର୍ବାଚନ’ କମିଟିର ପ୍ରଥମ ବୈଠକ, ଅଧ୍ୟକ୍ଷତା କରିବେ ରାମନାଥ କୋବିନ୍ଦ

ଓଏଲ୍‌ ବ୍ୟୁରୋ: ଏକକ ନିର୍ବାଚନକୁ ନେଇ ଆଉ ପାଦେ ଆଗକୁ ବଢ଼ିଲା କେନ୍ଦ୍ର। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କମିଟି ଗଠିତ ହୋଇଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ କରାଯାଇଛି। ‘ଏକ ଦେଶ, ଏକ ନିର୍ବାଚନ’ କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହେବ। ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ବୈଠକ ହେବ।

କେନ୍ଦ୍ର ସରକାର ‘ଏକ ଦେଶ, ଏକ ନିର୍ବାଚନ’ ନିୟମ ଲାଗୁ କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। କେନ୍ଦ୍ର ସରକାର ‘ଏକ ଦେଶ, ଏକ ନିର୍ବାଚନ’ କମିଟି ଗଠନ କରିବା ସହିତ କମିଟିରେ କେଉଁ ମାନେ ସ୍ଥାନ ପାଇଛନ୍ତି ସେ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ କମିଟିର ସଦସ୍ୟଙ୍କ ନାମ ଘୋଷଣା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଲୋକସଭାରେ କଂଗ୍ରେସ ଦସଳର ନେତା ଅଧିର ରଞ୍ଜନ ଚୌଧୁରୀ, ବରିଷ୍ଠ ରାଜନେତା ଗୁଲାମନବୀ ଆଜାଦ, ପଞ୍ଚଦଶ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ଏନ.କେ ସିଂହ, ଲୋକସଭାର ବୂର୍ବତନ ମହାସଚିବ ଶୁବାସ କାଶ୍ୟପ, ବରିଷ୍ଠ ଅଧିବକ୍ତା ହରିଶ ସାଲଭେ, ପୂର୍ବତନ ଭିଜିଲାନ୍ସ କମିଶନର ସଞ୍ଜୟ କୋଠାରୀଙ୍କୁ ଉଚ୍ଚସ୍ତରୀୟ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି। ଓଡ଼ିଶା କ୍ୟାଡରର ବରିଷ୍ଠ ପ୍ରଶାସନିକ ଅଧିକାରୀ ନୀତିନ ଚନ୍ଦ୍ରଙ୍କୁ କମିଟିର ସଚିବ ଭାବେ ମନୋନୀତ କରାଯାଇଛି।

Leave A Reply

Your email address will not be published.