Odisha Link
Bridging the Missing Links in Odisha

ପାଣିରେ ବୁଡ଼ିଗଲେ ଛାତ୍ର, ଏଯାଏଁ ମିଳୁନି ପତ୍ତା

ଓଏଲ୍‌ ବ୍ୟୁରୋ: ବାଲିପାଟଣା ପୁରୀ କେନାଲରେ ବୁଡ଼ି ଜଣେ ଛାତ୍ର ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି। ବାଲିଅନ୍ତା ଅଲାରପୁର ନିକଟରେ ବୁଡ଼ି ଯାଇ ନିଖୋଜ ହୋଇଥିବା ଜଣା ପଡିଛି। ୬ ଛାତ୍ର ବୁଲିବାକୁ ଆସିଥିଲା ବେଳେ ଜଣେ ପାଣିରେ ବୁଡ଼ିଗଲେ। ଛାତ୍ର ଜଣଙ୍କ ଝାରପଡ଼ା ଅଞ୍ଚଳର ବୋଲି ସୂଚନା ରହିଛି। ଘଟଣାସ୍ଥଳରେ ଖୋଜାଖୋଜି ଜାରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ନିଖୋଜ ଛାତ୍ରଙ୍କ କୌଣସି ପତ୍ତା ମିଳିନାହିଁ। ପରିବାର ଲୋକେ ନିଖୋଜ ପୁଅକୁ ହରାଇ ଚିନ୍ତା ଗ୍ରସ୍ତ ହୋଇପଡିଛନ୍ତି।

Leave A Reply

Your email address will not be published.